ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମାଜରେ ନାରୀମାନଙ୍କ ପ୍ରତି ହେଉଥିବା ନିର୍ଯାତନା ପାଇଁ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ରାପଡାର ଗରାପୁରଠାରେ ଥିବା ଶିବାନନ୍ଦ ଆଶ୍ରମର ଶ୍ରୀମା ସ୍ଵାମୀ ଦିବ୍ୟ ସ୍ଵରୂପାନନ୍ଦ। ଏନେଇ ସେ ତାଙ୍କ ଆଶ୍ରମରେ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଆସନ୍ତା ଜାନୁଆରି ୧ ତାରିଖକୁ ବିଶ୍ଵ ପ୍ରାର୍ଥନା ଦିବସ ଭାବେ ପାଳନ କରିବାକୁ ଶ୍ରୀମା ସ୍ଵାମୀ ଦିବ୍ୟ ସ୍ଵରୂପାନନ୍ଦ ନିବେଦନ କରିଛନ୍ତି।

ଏହି ଅବସରରେ ସେ କହିଛନ୍ତି, “ସମାଜରେ ନାରୀ ନିର୍ଯାତନା ଓ ହିଂସାକୁ ଦୂର କରିବାକୁ ପ୍ରତ୍ୟେକ ମଣିଷ, ପ୍ରତ୍ୟେକ ପରିବାର ଓ ପ୍ରତ୍ୟେକ ଗାଁରେ କାମନାଶୂନ୍ୟ ପ୍ରାର୍ଥନାର ଆବଶ୍ୟକତା ଦେଖାଦେଇଛି। ଶୁଦ୍ଧ ହୃଦୟରେ ଏହି ପ୍ରାର୍ଥନା କଲେ ସେଥିରୁ ଏକ ଆଧ୍ୟାତ୍ମିକ ମହାଶକ୍ତି ଉତ୍ପନ ହୋଇଥାଏ। ସେହି ମହାଶକ୍ତି ମନକୁ ପରିଷ୍କାର କରିଦେଇଥାଏ। ଏହା ଦ୍ଵାରା ବିଶ୍ଵରେ ସମସ୍ତେ ସୁଖ ଶାନ୍ତିରେ ରହିପାରିବେ।“

ଏବେ ଯେକୌଣସି ଧର୍ମର ଉପାସନା ପୀଠମାନଙ୍କରେ ସମୂହ ପ୍ରାର୍ଥନା କରାଯିବାର ଆବଶ୍ୟକ ହୋଇଛି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆସନ୍ତୁ ଏକାଠି ହୋଇ ଜାନୁଆରୀ ୧ ତାରିଖରେ ସକାଳ ୬ଟାଠାରୁ ୭ଟା ପର୍ଯ୍ୟନ୍ତ ସମୂହ କାମନାଶୂନ୍ୟ ପ୍ରାର୍ଥନା କରିବା, ଆଉ ଆମ ପୃଥିବୀକୁ ଗ୍ରାସ କରିବାକୁ ଯାଉଥିବା ବିରାଟ ବିପଦକୁ ଟାଳିଦେବା ବୋଲି କହିଛନ୍ତି ସ୍ଵାମୀ ଦିବ୍ୟ ସ୍ଵରୂପାନନ୍ଦ।

Comment