ଓଡ଼ିଶାଲାଇଭ୍ ବ୍ୟୁରୋ
ଝାଡ଼ଖଣ୍ଡ ବିଧାନସଭାର ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ମୋଟ ୬୨.୪୬ ପ୍ରତିଶତ ମତଦାନ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ ୧୫ଟି ଆସନ ପାଇଁ ସକାଳ ୭ଟାରୁ ଭୋଟ ଆରମ୍ଭ ହୋଇଥିଲା ହୋଇଥିଲା।
ଏହି ପର୍ଯ୍ୟାୟରେ ମୋଟ ୨୨୧ ଜଣ ପ୍ରାର୍ଥୀ ଥିଲେ। ସେମାନଙ୍କ ମଧ୍ୟରୁ ୨୩ ଜଣ ମହିଳା ସାମିଲ ଥିଲେ। ଏହି ପର୍ଯ୍ୟାୟରେ ପ୍ରାୟ ୪୭, ୮୫,୦୦୯ ଭୋଟର ନିଜର ମତ ସାବ୍ୟସ୍ତ କରିଛନ୍ତି।
ଝାଡ଼ଖଣ୍ଡରେ ଶେଷ ପର୍ଯ୍ୟାୟ ବା ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଡିସେମ୍ବର ୨୦ରେ ଅନୁଷ୍ଠିତ ହେବ। ଶେଷ ପର୍ଯ୍ୟାୟରେ ୧୬ଟି ଆସନରେ ଭୋଟ ପଡ଼ିବ। ୨୩ ତାରିଖରେ ଭୋଟ ଗଣତି ହେବ।

















