ଓଡ଼ିଶାଲାଇଭ୍‌ ବ୍ୟୁରୋ

ରେଳ ଲାଇନ ବିଦ୍ୟୁତ ଯନ୍ତ୍ରପାତି ମରାମତି କାମରେ ଅଘଟଣ। କାମ ଚାଲିଥିବା ସମୟରେ ବିଦ୍ୟୁତ ଆଘାତ ଲାଗି ୪ ଶ୍ରମିକ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର-ବେଲପାହାଡ଼ ରେଳ ଲାଇନ ଲଜକୁରା ନିକଟରେ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆହତ ଶ୍ରମିକମାନେ ରେଳ ଠିକା ସଂସ୍ଥାରେ କାମ କରୁଥିବା  ସୋମ ଚତୁମ୍ବା, ସୋନା ରାମ, ଖାଦାୟତ ପ୍ରଧାନ, ସରଦାର, ବୋଲି ଜଣା ପଡିଛି। ସେମାନଙ୍କୁ କେନ୍ଦ୍ରୀୟ ହସ୍ପିଟାଲ ରେ ପ୍ରାଥମିକ ଚିକିତ୍ସା କରାଇଲା ପରେ ଉଚ୍ଚ ଚିକିତ୍ସା ପାଇଁ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯିବ ବୋଲି କେନ୍ଦ୍ରୀୟ ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି।

ବିଦ୍ୟୁତ ଯନ୍ତ୍ରପାତି ମରାମତି କଲା ସମୟରେ ବିଦ୍ୟୁତ ସରବରାହ ବନ୍ଦ ଥିଲା। ହେଲେ ଶ୍ରମିକମାନେ ବିଦ୍ୟୁତ ଖୁଣ୍ଟକୁ ଚଢିଲା ପରେ କୌଣସି କାରଣରୁ ବିଦ୍ୟୁତ ସଂଯୋଗ ହୋଇ ସର୍ଟ ସର୍କିଟ ହୋଇଥିଲା। ଫଳରେ ମରାମତି କାମ କରୁଥିବା ୪ ଜଣ ଶ୍ରମିକ ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ କେନ୍ଦ୍ରୀୟ ଚିକିତ୍ସାଳୟକୁ ନିଆଯାଇଥିଲା। ରେଳ ବିଭାଗ ଦୁର୍ଘଟଣାର ତଦନ୍ତ କରୁଥିବା ବେଳେ ରେଲୱେ ଠିକା ସଂସ୍ଥାର କାହାରି ପ୍ରତିକ୍ରିୟା ମିଳି ପାରିନାହିଁ।

Comment