ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖୋର୍ଦ୍ଧାରେ ଶିଶୁ ରୋଗ ବିଶେଷଜ୍ଞ ମାନସ ଦାସଙ୍କୁ ଗୁଳିମାଡ଼ ଘଟଣାରେ ସୁପାରି କିଲରର ହାତ ରହିଛି। ପୋଲିସ ତଦନ୍ତରୁ ଏହା ସ୍ପଷ୍ଟ ହୋଇଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି।

ଏହି ଗୁଳିକାଣ୍ଡରେ ସୁପାରି କିଲର ନିୟୋଜିତ ଥିବା ନେଇ ପୋଲିସ ହାତରେ ପ୍ରମାଣ ଥିବା ସେ କହିଛନ୍ତି।   ଅଭିଯୁକ୍ତଙ୍କୁ ଧରିବା ଲାଗି ପୋଲିସ ୪ଟି ଟିମ୍‌ ଗଠନ କରିଛି। ଖୁବଶୀଘ୍ର ଅଭିଯୁକ୍ତ ଧରା ପଡ଼ିବେ ବୋଲି ସେ କହିଛନ୍ତି।

ଗୁଳିମାଡ଼ରେ ଗୁରୁତର ଡାକ୍ତର ମାନସଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଗୁଳିକାଣ୍ଡରେ ଗୁରୁତର ଆହତ ଔଷଧ ଦୋକାନୀଙ୍କ ସୋମବାର ମୃତ୍ୟୁ ହୋଇଥିଲା।

Comment