ଓଡ଼ିଶାଲାଇଭ୍ ବ୍ୟୁରୋ
ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ଦମ୍ଦାର ବିଜୟ ଲାଭ କରିଛି। ରୋହିତ ଶର୍ମା ଏବଂ କେଏଲ୍ ରାହୁଲଙ୍କ ଶତକ, କୁଳଦୀପ ଯାଦବ ଏବଂ ମହମ୍ମଦ ସାମିଙ୍କ ହ୍ୟାଟ୍ରିକ୍ ୱିକେଟ୍ରେ ଭାରତ ଇଣ୍ଡିଜ୍କୁ ପରାସ୍ତ କରି ବିଜୟର ସ୍ୱାଦ ଚାଖିଛି।
ବୁଧବାର ବିଶାଖାପାଟଣାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୮୭ ରନ୍ ସଂଗ୍ରହ କରିଥିଲା। ଏହି ଇନିଂସରେ ଭାରତ ପକ୍ଷରୁ ରୋହିତ ଶର୍ମା ୧୫୯ ରନ୍(୧୩୮),କେ ଏଲ୍ ରାହୁଲ ୧୦୨(୧୦୪), ଶ୍ରିୟାସ ଆୟର ୫୩(୩୨), ରିଷଭ ପନ୍ତ ୩୯(୧୬) ରନ୍ ସଂଗ୍ରହ କରିଥିଲେ।
୩୮୭ ରନ୍କୁ ଟାର୍ଗେଟ୍ରେ ରଖି ୱେଷ୍ଟଇଣ୍ଡିଜ୍ ଦଳ ୪୩.୩ ଓଭରରେ ୨୮୦ ରନ୍ ସଂଗ୍ରହ କରି ସମସ୍ତ ୱିକେଟ୍ ହରାଇଥିଲା। ଦଳ ପକ୍ଷରୁ ୱିକେଟ୍ କିପର ସାଇ ହୋପ୍ ସର୍ବାଧିକ ୭୮ ରନ୍ ସଂଗ୍ରହ କରିଥିଲେ। ସେହିପରି ନିକୋଲାସ ପୁରନ ୭୫ ରନ୍ ସଂଗ୍ରହ କରିଥିଲେ। ଏହି ଇନିଂସ୍ରେ ଭାରତ ପକ୍ଷରୁ କୁଳଦୀପ ଯାଦବ ଏବଂ ମହମ୍ମଦ ସାମି ହ୍ୟାଟ୍ରିକ୍ ୱିକେଟ୍ ନେଇ ଇଣ୍ଡିଜ୍ ହାତରୁ ଭାରତର ବିଜୟ ଛଡ଼ାଇ ଆଣିଛନ୍ତି।