ଓଡ଼ିଶାଲାଇଭ୍‌ ବ୍ୟୁରୋ   

ଭୁବନେଶ୍ଵରରେ ପହଞ୍ଚିଲେ ଭାରତ-ଓ୍ଵେଷ୍ଟଇଣ୍ଡିଜ ଦଳ। ଭିନ୍ନ ଢଙ୍ଗରେ ସ୍ଵାଗତ କଲେ ମେ’ ଫେୟାର କର୍ମଚାରୀ।   

ବାରବାଟୀ ଦିନିକିଆ ପାଇଁ ଭୁବନେଶ୍ଵରରେ ପହଞ୍ଚିଛନ୍ତି ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ଦଳ। ଭୁବନେଶ୍ଵରରୁ ସିଧାସଳଖ ଖେଳାଳିମାନେ ହୋଟେଲ ମେ’ ଫେୟାରରେ ପହଞ୍ଚି ଥିଲେ। ସେଠାରେ ପହଞ୍ଚିବା ପରେ ଖେଳାଳିମାନଙ୍କୁ ଚମତ୍କାର ଢ଼ଙ୍ଗରେ ସ୍ଵାଗତ କରିଥିଲେ ହୋଟେଲର କର୍ମଚାରୀମାନେ।

ହୋଟେଲ କର୍ମଚାରୀମାନେ ନାଚି ନାଚି ଖେଳାଳିଙ୍କୁ ସ୍ଵାଗତ କରିଥିଲେ। ପରେ ଅନ୍ୟ କର୍ମଚାରୀମାନେ ବନ୍ଦାପନା କରିବା ସହ ଉପଢ଼ୌକନ ଦେଇ ଖେଳାଳିଙ୍କୁ ସ୍ଵାଗତ କରିଥିଲେ। ଏହି ସମୟରେ ହୋଟେଲ କର୍ମଚାରୀମାନଙ୍କ ମନରେ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଥିଲା। ସେହିପରି ଖେଳାଳିଙ୍କୁ ଦେଖିବା ପାଇଁ ହୋଟେଲ ଆଖପାଖରେ ଫ୍ୟାନମାନଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା।

ଅନ୍ୟପକ୍ଷରେ ଖେଳାଳିଙ୍କ ସୁରକ୍ଷା ପାଇଁ ୨୧ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି। ଉଭୟ ଦଳର ଖେଳାଳିମାନଙ୍କୁ ସ୍ଵତନ୍ତ୍ର ବ୍ୟବସ୍ଥାରେ ଷ୍ଟାଡ଼ିୟମକୁ ନିଆଯିବ। ସେହିପରି ମେ’ ଫେୟାର ହୋଟେଲରେ ଖେଳାଳିମାନଙ୍କ ପାଇଁ ଦେଶୀ ଖାଦ୍ୟ ମେନ୍ୟୁରେ ରହିଛି।

ଶୁକ୍ରବାରଠୁ ଉଭୟ ଦଳ ଭୁବନେଶ୍ଵରରୁ କଟକ ବାରବାଟୀକୁ ଅଭ୍ୟାସ ପାଇଁ ଯିବେ। ପରେ ରବିବାର ଉଭୟ ଦଳ ମଧ୍ୟରେ ଚାଲିଥିବା ଦିନିକିଆ ମ୍ୟାଚର ଶେଷ ମ୍ୟାଚ ଏଠାରେ ଖେଳିବେ। ଏହି ମ୍ୟାଚ ଉଭୟ ଦଳ ପାଇଁ ନିର୍ଣ୍ଣାୟକ ମ୍ୟାଚ ହେବ। କାରଣ ଉଭୟ ଦଳ ୩ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରୁ ଗୋଟିଏ ଲେଖାଏଁ ମ୍ୟାଚ ଜିତି ସାରିଛନ୍ତି।

LEAVE A REPLY

Please enter your comment!
Please enter your name here