ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ୟାଙ୍କ ସୁବିଧାକୁ ଘରେ ଘରେ ପହଞ୍ଚାଇବା ପାଇଁ ସରକାରଙ୍କ ଆଣିଛନ୍ତି ନୂଆ ଯୋଜନା। ରାଜ୍ୟରେ ଏଣିକି ପଞ୍ଚାୟତ ଅଫିସରେ ଖୋଲାଯିବ ବ୍ୟାଙ୍କ୍‌। ଖୁବ୍‌ଶୀଘ୍ର ରାଜ୍ୟର ୫୭୧ଟି ସ୍ଥାନରେ ବ୍ୟାଙ୍କ ସେବା ଯୋଗାଇ ଦିଆଯିବ। ଶନିବାର ରାଜ୍ୟ ବ୍ୟାଙ୍କର୍ସ କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ସରକାର ଆଗାମୀ ଦିନରେ ରାଜ୍ୟର ୪୨୯୧ ପଞ୍ଚାୟତ ଅଫିସରେ ବ୍ୟାଙ୍କ ସେବା ଦେବାକୁ ଯୋଜନା କରୁଛନ୍ତି। ବ୍ୟାଙ୍କ୍‌ ପାଇଁ ସରକାରଙ୍କ ପକ୍ଷରୁ ପଞ୍ଚାୟତ କାର୍ଯ୍ୟାଳୟରେ ମାଗଣାରେ ଅଫିସ ଯୋଗାଇ ଦିଆଯିବ।

ଅନ୍ୟପକ୍ଷରେ ମାଲକାନଗିରି ଜିଲ୍ଲାରେ ୨ଟି ଷ୍ଟେଟ୍‌ ବ୍ୟାଙ୍କ୍‌ ଶାଖା ଖୋଲାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏନେଇ ସରକାରଙ୍କ ପକ୍ଷରୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି। ଏହାଫଳରେ ଅପହଞ୍ଚ ଅଞ୍ଚଳରେ ଥିବା ଲୋକମାନେ ବ୍ୟାଙ୍କ ସେବା ପାଇପାରିବେ। ବୈଠକ ପରେ ଉନ୍ନୟନ କମିସନର ଏହି ସୂଚନା ଦେଇଛନ୍ତି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/JbiFeChOJ141BO7qioQFpj

Comment