ଓଡ଼ିଶାଲାଇଭ୍‌ ବ୍ୟୁରୋ

 

ସାଧାରଣତଃ କିସମିସ୍‌କୁ ଡ୍ରାଏ ଫ୍ରୁଟସର ରାଜା କୁହାଯାଏ। ଅନ୍ୟ ଡ୍ରାଏ ଫ୍ରୁଟସ ତୁଳନାରେ କିସମିସ୍‌ ଅପେକ୍ଷାକୃତ ଶସ୍ତାରେ ମିଳୁଥିବାରୁ କିସମିସର ଚାହିଦା ଅଧିକ ରହିଥାଏ ।

କିସମିସ୍‌ରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ଏ ରହିଛି। ତେଣୁ ଶରୀରରେ ଏହା ଟନିକ୍ ଭଳି କାର୍ଯ୍ୟ କରେ। ଏହାସହ ଶରୀରକୁ ଶକ୍ତି ପ୍ରଦାନ କରିଥାଏ କିସମିସ୍।

ଆପଣ ଜାଣନ୍ତି କିଖାଲି କିସମିସ ବି ଖାଇଲେ ଅନେକ ଉପକାର ମିଳିଥାଏ

ରକ୍ତହୀନତା

ଯଦି କାହାର ଶରୀରରେ ରକ୍ତର ମାତ୍ରା କମ୍‌ ଅଛି ତେବେ ସେ କିସମିସ ଖାଇବା ନିହାତି ଦରକାର, କାରଣ ଏହା ରକ୍ତହୀନତା ଦୂର କରିବାରେ ସହାୟକ ହୋଇଥାଏ। କିସମିସ୍‌ ଖାଇବା ଦ୍ୱାରା ଆଉ ଏକ ଉପକାର ବି ହୋଇଥାଏ। ତାହା ହେଲା ଯେ ଏହା ହଜମ କ୍ରିୟାରେ ସହାୟକ ହୋଇଥାଏ।

କୋଷ୍ଠକାଠିନ୍ୟ

ଏହା ଖାଇଲେ କୋଷ୍ଠକାଠିନ୍ୟତାର ସମସ୍ୟା ଦେଖା ଦିଏ ନାହିଁ। କିସମିସ ଖାଇବା ଫଳରେ ଶରୀରର ରୋଗ ପ୍ରତିରୋଧ ଶକ୍ତି କ୍ଷମତା ବି ବଢ଼ିଥାଏ।

ଆଖି ସମସ୍ୟା

କିସମିସ୍‌ରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ଏ ରହିଛି। ଏଣୁ ପ୍ରତିଦିନ କିଛି କିସମିସ ଖାଇଲେ ତାହା ଆଖି ପାଇଁ ଭଲ। ଏହା ଆଖିର ଉଜ୍ଜ୍ୱଳତା ବଢ଼ାଏ। ତା’ଛଡ଼ା ଆଖିର ମାଂସପେଶୀକୁ ମଜବୁତ କରିଥାଏ।

ଲିଭର ସମସ୍ୟା

ନିୟମିତ ରୂପେ କିସମିସ ପାଣି ପିଇବା ଦ୍ୱାରା ଲିଭର ସମ୍ବନ୍ଧିତ ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ।

ହଜମ ପ୍ରକ୍ରିୟା

କିସମିସରେ ଥିବା ଚିନି ଅଂଶ ଶୀଘ୍ର ଶରୀରରେ ହଜମ ହୋଇଯାଇଥାଏ, ତେଣୁ ଏହାକୁ ବ୍ୟବହାର କରିବା ଦ୍ୱାରା ଶରୀରକୁ ବହୁ ପରିମାଣରେ ଶକ୍ତି ମିଳିଥାଏ।

ହୃଦ୍‌ଘାତ ସମସ୍ୟା

କିସମିସରେ କୋଲେଷ୍ଟ୍ରଲର ପରିମାଣ ବହୁତ କମ ରହିଥାଏ ତେଣୁ ହାର୍ଟ ଥିବା ରୋଗୀଙ୍କ ପାଇଁ ମଧ୍ୟ ଏହା ବହୁତ ଉପକାରରେ ଆସିଥାଏ।

ପେଟ ସମସ୍ୟା

ପେଟ ସମସ୍ୟା ଥିବା ବ୍ୟକ୍ତିଙ୍କୁ ପ୍ରତିଦିନ ପାଞ୍ଚରୁ ଛଅଟି କିସମିସ ଖାଇବା ଦରକାର। କିସମିସକୁ ରାତିରେ ପାଣିରେ ଭିଜାଇ ତାକୁ ସକାଳୁ ଖାଇଲେ ଏହା କାମ କରିଥାଏ।

ହାଡ଼ ମଜବୁତ

କିସମିସରେ କ୍ୟାଲସିୟମର ମାତ୍ରା ଅଧିକ ରହିଥାଏ, ଯାହାକି ହାଡକୁ ମଜବୁତ୍ କରିଥାଏ। ଏଥିସହିତ ଏହା ଚିନିର ବିକଳ୍ପ ଭାବରେ ମଧ୍ୟ କାମ କରିଥାଏ।

Comment