ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟ୍ରାନ୍ସଜେଣ୍ଡରମାନଙ୍କ ପାଇଁ ଦେଶରେ ଖୋଲିବ ପ୍ରଥମ ଟ୍ରାନ୍ସଜେଣ୍ଡର ବିଶ୍ଵବିଦ୍ୟାଳୟ। ଏହି ବିଶ୍ଵବିଦ୍ୟାଳୟ ଉତ୍ତରପ୍ରଦେଶର କୁଶିନଗର ଜିଲ୍ଲାରେ ଖୋଲାଯିବ। ଏହି ବିଶ୍ଵବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଗ୍ରାଜୁଏସନ୍‌ ଓ ପରେ ପିଏଚ୍‌ଡି ସହ ରିସର୍ଚ କରିବାର ମଧ୍ୟ ସୁବିଧା ମିଳିବ।

ଏହି ବିଶ୍ଵବିଦ୍ୟାଳୟକୁ ଅଖିଳ ଭାରତୀୟ କିନ୍ନର ଶିକ୍ଷା ସେବା ଟ୍ରଷ୍ଟ ନିର୍ମାଣ କରୁଛି। ଅଧ୍ୟୟନର ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇ ସାରିଲାଣି। ଜାନୁଆରି ୧୫ ତାରିଖରୁ ଏନେଇ ନାମଲେଖା ଆରମ୍ଭ ହେବ।

ଟ୍ରଷ୍ଟର ଅଧ୍ୟକ୍ଷ ଡକ୍ଟର କୃଷ୍ଣା ମୋହନ ମିଶ୍ରା କହିଛନ୍ତି, “ଦେଶରେ ପ୍ରଥମଥର ଏଭଳି ଏକ ବିଶ୍ଵବିଦ୍ୟାଳୟ ହେବାକୁ ଯାଉଛି। ଏହି ବିଶ୍ଵବିଦ୍ୟାଳୟ ଦ୍ଵାରା ଟ୍ରାନ୍ସଜେଣ୍ଡର କମ୍ୟୁନିଟି ତାଙ୍କର ନୂଆ ପରିଚୟ ସୃଷ୍ଟି କରି ପାରିବେ।”

ଏହି ବିଶ୍ଵବିଦ୍ୟାଳୟରେ ଗ୍ରାଜୁଏସନ୍‌ ପର୍ଯ୍ୟନ୍ତ ପାଠ ପଢ଼ିବା ସହ ପିଏଚ୍‌ଡି ଓ ରିସର୍ଚର କରିବାର ମଧ୍ୟ ସୁବିଧା ମଧ୍ୟ ରହିବ। ଏନେଇ ଟ୍ରାନ୍ସଜେଣ୍ଡର କମ୍ୟୁନିଟି ଖୁସି ବ୍ୟକ୍ତ କରିଛନ୍ତି। ସେମାନେ ତାଙ୍କର ଅଧିକାର ପାଇବାର ଗୋଟିଏ ପାଦ ଆଗକୁ ବଢ଼ିଛନ୍ତି ବୋଲି କହିଛନ୍ତି।

Comment