ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହିଳା ସାମ୍ଵାଦିକଙ୍କୁ ମାଡ଼ ଘଟଣାରେ ରାସ୍ତାକୁ ଓହ୍ଲାଇଛନ୍ତି ସମ୍ଵାଦିକ ସଂଘ। ରସୁଲଗଡ଼ସ୍ଥିତ ଏସ୍‌ପ୍ଲାନେଡ୍‌ ମଲ୍‌ ସାମ୍ନାରେ ସାମ୍ଵାଦିକଙ୍କ ଧାରଣା। ଆକ୍ରମଣ କରିଥିବା ମଲ୍‌ କର୍ମଚାରୀଙ୍କ ଗିରଫ ଦାବିରେ ଧାରଣା ଦିଆଯାଇଛି।

ବେଆଇନ୍‌ ପାର୍କିଂ ଫି’ ଖବର ସଂଗ୍ରହ କରୁଥିବା ବେଳେ ମଲ୍‌ର ସିକ୍ୟୁରିଟି ଗାର୍ଡ ଏବଂ କର୍ମଚାରୀ ବାଧା ଦେଇଥିଲେ। କ୍ୟାମେରା ଛଡ଼ାଇ ନେବା ସହ ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିଲେ। ଉଭୟ ମହିଳା ସାମ୍ବାଦିକ ଓ କ୍ୟାମେରା ମ୍ୟାନ୍‌ଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି।

ସଂପୃକ୍ତ ଚ୍ୟାନେଲ ପକ୍ଷରୁ ଏନେଇ ସହିଦ ନଗର ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲା। ସପିଂ ମଲ୍‌ କର୍ମଚାରୀଙ୍କ ଏଭଳି ଆଚରଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମଲ୍‌ରେ କିପରି ପାର୍କିଂ ଫି’ ଆଦାୟ ହେଉଥିଲା ତାକୁ ନେଇ ପ୍ରଶ୍ନବାଚୀ ଉଠିଛି।

Comment