ଓଡ଼ିଶାଲାଇଭ୍‌ ବ୍ୟୁରୋ

 

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): କିସ୍ ଅନୁଷ୍ଠାନରେ ଆୟୋଜିତ ହୋଇଛି ଅଭିଭାବକ ସମ୍ମିଳନୀ। ଅଭିଭାବକମାନଙ୍କର ଏହି ସମ୍ମଳନୀ ରାୟଗଡ଼ା ସହରସ୍ଥିତ ଅବନନ୍ଦନ ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପାଖାପାଖି ୧୨ ଶହ ଅବିଭାବକ ଯୋଗଦେଇଥିଲେ।

କିସ୍‌ର ପ୍ରକଳ୍ପ ପରିଚାଳକ ସବ୍ୟସାଚୀ ରାଉତ ଏହି ବୈଠକରେ ସଭାପତିତ୍ଵ କରିଥିଲେ। ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଅବିଭାବକମାନଙ୍କୁ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ସମାଜ ପାଇଁ ଥିବା ଅବଦାନକୁ ନେଇ ଉଦବୋଧନ ଦେଇଥିଲେ।

ସେହିଭଳି ମୁଖ୍ୟ ବକ୍ତାଭାବେ ରାୟଗଡା ଏସ୍.ପି ଶର୍ବଣା ବିବେକ.ଏମ୍ ଯୋଗଦେଇ ସମଗ୍ର ଦେଶରେ ଗରିବ ପିଲାଙ୍କୁ କିଭଳି କିସ୍‌ ସମାଜର ମୁଖ୍ୟ ସ୍ରୋତରେ ବିନା ସ୍ଵାର୍ଥରେ ସାମିଲ କରୁଛି ସେ ସମ୍ପର୍କରେ କହିଥିଲେ। ସଭା ଶେଷରେ କିସ୍‌ର ରାୟଗଡ଼ା ସଂଯୋଜକ ରୋନୀତ ଶବର ଧନ୍ୟବାଦ ଅର୍ପଣ କରିଥିଲେ।

Comment