ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ରାଜ୍ୟର କିଛି ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ବଦଳି କରାଯାଇଛି। ବଦଳି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

୧୯୯୫ ବ୍ୟାଚ ଆଇପିଏସ୍‌ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଏଡ଼ିଜି ପାହ୍ୟାକୁ ପଦୋନ୍ନତି ମିଳିବା ସହ ଆଇନ ଶୃଙ୍ଖଳା ଓ କ୍ରାଇମବ୍ରାଞ୍ଚ ଏଡିଜି ଭାବେ ଦାୟିତ୍ଵ ଦିଆଯାଇଛି। ସେହିପରି ୧୯୮୮ ବ୍ୟାଚର ଆଇପିଏସ୍‌ ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଜେଲ ଡିଜି ଓ କରେକସନାଲ ସର୍ଭିସ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।

୧୯୯୩ ବ୍ୟାଚ୍ ଆଇପିଏସ୍ ଆରପି କୋଚେଙ୍କୁ ସ୍ପେଶାଲ ଆର୍ମଡ୍ ପୁଲିସ୍ ଅତିରିକ୍ତ ଡିଜି ଭାବେ ବଦଳି କରାଯାଇଛି। ସେହିପରି ୧୯୯୫ ବ୍ୟାଚ୍ ଆଇପିଏସ୍ ପିଏସ ରଣପିସେଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ସହ ଭିଜିଲାନ୍ସ ବିଭାଗରେ ଅତିରିକ୍ତ ଡିଜି ଭାବେ କାର୍ଯ୍ୟ କରିବାକୁ କୁହାଯାଇଛି।

ଅନ୍ୟପକ୍ଷରେ ୨୦୦୦ ବ୍ୟାଚର ଆଇପିଏସ୍‌ ଯତୀନ୍ଦ୍ର କୋଏଲଙ୍କୁ ପୋଲିସ ମୁଖ୍ୟାଳୟର ଆଇଜି ଭାବେ ବଦଳି କରାଯାଇଛି। ସେହିପରି ଡିଆଇଜି ପାହ୍ୟାକୁ ପଦୋନ୍ନତି ପାଇଥିବା ୨୦୦୬ ବ୍ୟାଚ ଆଇପିଏସ୍‌ ଅନୁପ କୁମାର ସାହୁଙ୍କୁ କମିସନରେଟ ପୋଲିସରେ ଅତିରିକ୍ତ ପୋଲିସ କମିସନର ଭାବେ ଦାୟିତ୍ଵ ଦିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଭୁବନେଶ୍ଵର ଡିସିପି ଭାବେ କାର୍ଯ୍ୟ ଜାରି ରଖିବେ।

Comment