ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ବିଶ୍ଵକପ ପରେ ଦଳରେ ଆଉ ସ୍ଥାନ ପାଇ ନାହାନ୍ତି ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ତାଙ୍କ ଅବସରକୁ ନେଇ ୨୦୧୯ରେ ବେଶ ଚର୍ଚ୍ଚା ହୋଇଥିଲା। ବର୍ତ୍ତମାନ ମଧ୍ୟ ସେ ଦଳରେ ସ୍ଥାନ ପାଇନାହାନ୍ତି। ଏବେ ୨୦୨୦ରେ ତାଙ୍କ ଉପରେ ନଜର ରହିବ। ଏହି ବର୍ଷ ଧୋନି ଅବସର ନେଇପାରନ୍ତି।

୨୦୧୯ ବିଶ୍ଵକପରେ ଭାରତ ବିଦାୟ ନେବା ପରେ ପୂରା ଦେଶବାସୀ ନିରାଶ ହୋଇଥିଲେ। ପରେ ଧୋନି ମାସେ ପାଇଁ ବିଶ୍ରାମ ନେଇଥିଲେ। ଏହା ମଧ୍ୟରେ ସେ ଭାରତୀୟ ସେନାରେ ଯୋଗ ଦେଇଥିଲେ। ସେଠାରେ ସେ ମାସେ ଟ୍ରେନିଂ ନେଇଥିଲେ। ଫ୍ୟାନମାନଙ୍କ ଆଶା ଥିଲା ଯେ ଧୋନି ସେଠାରୁ ଫେରି ପୁଣି କ୍ରିକେଟ ଖେଳିବେ। ହେଲେ ଆଗାମୀ ସିରିଜ ପାଇଁ ମଧ୍ୟ ତାଙ୍କୁ ଚୟନ କରାଗଲାନି।

ସେବେଠାରୁ ତାଙ୍କ ଅବସର ନେବା ଖବର ଉପରେ ଜୋରଦାର ଚର୍ଚ୍ଚା ହୋଇଥିଲା। ହେଲେ ୨୦୧୯ରେ ସେ ଅବସର ଘୋଷଣା କରିନଥିଲେ କି ଏବେ ଯାଏଁ ଦଳରେ ତାଙ୍କୁ ସ୍ଥାନ ମିଳିପାରିଲା।

ଶୁଣାଯାଉଛି ଯେ, ଧୋନି ଆଇପିଏଲରେ ଖେଳିବା ପରେ ତାଙ୍କ ପ୍ରଦର୍ଶନ ଅନୁଯାୟୀ ୨୦୨୦ ଟି-୨୦ ବିଶ୍ଵକପ ପାଇଁ ତାଙ୍କୁ ଚୟନ କରାଯିବ। ବିଶ୍ଵକପ ପରେ ସେ କ୍ରିକେଟରୁ ଅବସର ନେଇପାରନ୍ତି।

LEAVE A REPLY

Please enter your comment!
Please enter your name here