ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠୁ ରାଜ୍ୟର ବିଭିନ୍ନ ବନଖଣ୍ଡ ଓ ଜଳାଶୟରେ ପକ୍ଷୀ ଗଣନା ଆରମ୍ଭ ହୋଇଛି। ଏହି ଗଣନାରେ ୧ ହଜାରରୁ ଅଧିକ ସଦସ୍ୟ ବିଭିନ୍ନ ଟିମ୍‌ରେ ସାମିଲ ହୋଇଛନ୍ତି।

ଚିଲିକା, ଭିତରକନିକା ଏବଂ ହୀରାକୁଦ ଜଳଭଣ୍ଡାରକୁ ଛାଡ଼ି ରାଜ୍ୟର ଅନ୍ୟ ସମସ୍ତ ବନଖଣ୍ଡ ଓ ଜଳାଶୟରେ ପକ୍ଷୀ ଗଣନା କରାଯାଉଛି।

ଆଠଗଡ଼ ବନଖଣ୍ଡର ଅଂଶୁପା, ମହାନଦୀ ପଠା, ମଧୁସୂଦନ ସେତୁ ପଠା, କନ୍ଦରପୁର ଆଦି ସ୍ଥାନରେ ପକ୍ଷୀ ଗଣନା ଚାଲିଛି। ବିଦେଶୀ ପକ୍ଷୀ ଆସିଥିବାରୁ ଆଠଗଡ଼ ବନବିଭାଗ ପକ୍ଷରୁ ସୁରକ୍ଷା ଦେବା ସହ କିଛି ସ୍ୱତନ୍ତ୍ର ବନବିଭାଗ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

ସେହିପରି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ମଧ୍ୟ ପକ୍ଷୀ ଗଣନା ଆରମ୍ଭ ହୋଇଛି। ଶୀତଋତୁରେ ସାତକୋଶିଆର ମହାନଦୀ ରିଭର ସିଷ୍ଟମ ସହ ଶିଶୁପଥର ଡ୍ୟାମରେ ବହୁ ବିଦେଶାଗତ ପକ୍ଷୀମାନଙ୍କ ଆଗମନ ହୋଇଥାଏ। ବହୁ ବିରଳ ତଥା ବିଦେଶାଗତ ପକ୍ଷୀଙ୍କ ପ୍ରିୟ ସ୍ଥଳୀ ରୂପେ ମହାନଦୀ ରିଭର ସିଷ୍ଟମ ବେଶ ଜଣାଶୁଣା।  Birds of Odisha’

ବିଶେଷ କରି ବ୍ରାହ୍ମଣୀ ଡକ୍, ଇଣ୍ଡିଆନ ସ୍କିମର, ବାର ହେଡେଡ଼ ଗିଜ ଆଦି ପ୍ରଜାତିର ପକ୍ଷୀଙ୍କ ସମାଗମ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ହୋଇଥାଏ। ସାତକୋଶିଆରେ ୧୦ଟି ଟିମ୍‌ ନିୟୋଜିତ ହୋଇଛନ୍ତି।ଜାନୁଆରି ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ସାତକୋଶିଆରେ କୁମ୍ଭୀର ଗଣନା ଚାଲିବ।

Comment