ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖୋର୍ଦ୍ଧାରେ କ୍ଲିନିକ ଭିତରେ ପଶି ଡାକ୍ତରଙ୍କୁ ଗୁଳିମାଡ଼ ଘଟଣା। ଅଭିଯୁକ୍ତର ଫଟୋ ଜାରି କରିଛନ୍ତି ଖୋର୍ଦ୍ଧା ଏସ୍‌ପି। ଅଭିଯୁକ୍ତ ବିଷୟରେ ସୂଚନା ଦେଲେ ସୂଚନାଦାତାଙ୍କ ନାଁ ଗୋପନ ରଖାଯିବା ସହ ପୁରସ୍କୃତ କରାଯିବ ବୋଲି ଏସ୍‌ପି କହିଛନ୍ତି।

ଗତ ଡିସେମ୍ଵର ୧୫ ତାରିଖରେ ଖୋର୍ଦ୍ଧାର ଏକ କ୍ଲିନିକରେ ପଶି କିଛି ଦୁର୍ବୃତ୍ତ ଗୁଳିମାଡ଼ କରିଥିଲେ। ଏଥିରେ ଶିଶୁରୋଗ ବିଶେଷଜ୍ଞ ମାନସ ଦାସ ଓ ଜଣେ ଔଷଧ ଦୋକାନୀ ଆହତ ହୋଇଥିଲେ। ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଔଷଧ ଦୋକାନୀଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଙ୍କ ଚିକିତ୍ସା ଜାରି ରହିଛି।

ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ବର୍ତ୍ତମାନ ଯାଏଁ ପୋଲିସର ହାତ ଖାଲି ରହିଛି। ହେଲେ ଅଭିଯୁକ୍ତକୁ ଧରିବାକୁ ପୋଲିସ ପ୍ରୟାସ ଜାରି ରଖିଛି।

Comment