ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭଦ୍ରକ ଜିଲ୍ଲାରେ ସ୍ଵାସ୍ଥ୍ୟ ସେବାର ଉନ୍ନତି ପାଇଁ ରାଜ୍ୟ ସରକାର ନେଲେ ପଦକ୍ଷେପ। ଏହି ପଦକ୍ଷେପ ଅନୁଯାୟୀ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ଏକ ନୂତନ କୋଠା ନିର୍ମାଣ କରାଯିବ। ଏଥିରେ ୩୦୦ଟି ଶଯ୍ୟା ରହିବ।

ବର୍ତ୍ତମାନ ଯେଉଁ ବିଲ୍ଡିଂରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟ କରୁଛି, ସେଥିରେ ୧୯୧ଟି ଶଯ୍ୟା ରହିଛି। ଅଧିକ ରୋଗୀଙ୍କୁ ସେବା ଯୋଗାଇ ଦେବା ପାଇଁ ଏକ ଅନ୍ତରୀଣ ପଦକ୍ଷେପ ଭାବେ ଏହି ଶଯ୍ୟା ସଂଖ୍ୟା ୧୯୧ରୁ ୩୦୦କୁ ବୃଦ୍ଧି କରାଯିବ।

ଅନ୍ୟପକ୍ଷରେ ରୋଗୀ ଆଟେଣ୍ଡାଣ୍ଟମାନଙ୍କ ପାଇଁ ୨୦ ଲକ୍ଷ ଟଙ୍କା ବ୍ୟୟରେ ଏକ ବିଶ୍ରାମସ୍ଥଳୀ ନିର୍ମାଣ କରାଯିବ। ଏହାସହ ଓପିଡି ପଞ୍ଜିକରଣ ପାଇଁ ଅଧିକ କାଉଣ୍ଟର ଖୋଲାଯିବ। ରୋଗୀ ଓ ଆଟେଣ୍ଡାଣ୍ଟମାନଙ୍କ ସୁବିଧା ପାଇଁ ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ପାର୍କିଂ ଏରିଆର ବିକାଶ କରାଯିବ।

‘ମୋ ସରକାର’ ଟିମ୍‌ର ଭଦ୍ରକ ଗସ୍ତ ପରେ ରୋଗୀମାନଙ୍କ ଫିଡ୍‌ବ୍ୟାକ ଓ ଡାକ୍ତରମାନଙ୍କ ସହ ଆଲୋଚନାକୁ ଭିତ୍ତି କରି ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛ

Comment