ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କରୋନା ଯୋଦ୍ଧା ଡାକ୍ତର, ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ବଡ଼ ଘୋଷଣା
  • ମୃତ୍ୟୁ ହେଲେ ମିଳିବ ୫୦ ଲକ୍ଷ ଟଙ୍କା
  • ଅବସର ନେବା ଯାଏଁ ତାଙ୍କ ପରିବାରକୁ ମିଳିବ ପୂରା ଦରମା
  • ଡାକ୍ତରଙ୍କୁ ଦୁର୍ବ୍ୟବହାର ବରଦାସ୍ତ କରାଯିବନି
  • ଡାକ୍ତରଙ୍କୁ ଆକ୍ରମଣ କଲେ ଲାଗିବ ଏନ୍‌ଏସ୍‌ଏ
  • ଡାକ୍ତର, ସ୍ୱାସ୍ଥ୍ୟ କର୍ମୀଙ୍କୁ ମିଳିବ ସହିଦ ସମ୍ମାନ
  • ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ଅନ୍ତିମ ସଂସ୍କାର

କରୋନା ଯୁଦ୍ଧରେ ସାମିଲ ହୋଇଥିବା ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ରୋଗୀଙ୍କ ଚିକିତ୍ସା ବେଳେ ଯଦି କୌଣସି ଡାକ୍ତର କିମ୍ବା ସ୍ୱାସ୍ଥ୍ୟ କର୍ମୀଙ୍କ ଜୀବନ ଯାଏ ତାହାଲେ ସେମାନଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ।

ଏହାସହ ଚାକିରି କାର୍ଯ୍ୟକାଳ ପର୍ଯ୍ୟନ୍ତ ତାଙ୍କ ପରିବାରକୁ ପେନ୍‌ସନ୍‌ ସହିତ ପୂରା ଦରମା ମିଳିବ। ସେମାନଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ପନ୍ନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତା ଜରିଆରେ କହିଛନ୍ତି।

coronaଡାକ୍ତରଙ୍କୁ ଆକ୍ରମଣ କଲେ ବି ତାଙ୍କ ବାର୍ଯ୍ୟରେ ବାଧା ଦେଲେ ଆକ୍ରମଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ରାଜ୍ୟ ସରକାର। ସେମାନଙ୍କ ବିରୋଧରେ ଏନ୍‌ଏସ୍‌ଏ ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଡାକ୍ତରଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କଲେ ବରଦାସ୍ତ କରାଯିବନି। ଏହାକୁ ରାଷ୍ଟ୍ର ବିରୋଧୀ କାର୍ଯ୍ୟ ଭାବେ ବିଚାର କରାଯିବ।

ଉଭୟ ଘରୋଇ ଓ ସରକାରୀ ହସ୍ପିଟାଲର ଡାକ୍ତରମାନଙ୍କ ପାଇଁ ଏହା ଲାଗୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Comment