ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରିଷ୍ଠ ଆଇଏଫ୍‌ଏସ୍‌ ଅଫିସର ଅରୁଣ କୁମାର ସାହୁଙ୍କୁ ଡମିନିକାର ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ଦିଆଯାଇଛି। ଏହି ଓଡ଼ିଆ ଅଫିସର ଏବେ ତ୍ରିନିଡାଡ ଓ ଟୋବାଗୋ ସାଧାରଣତନ୍ତ୍ରର ହାଇ କମିଶନର ଅଛନ୍ତି। ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଅରୁଣ ସାହୁ ନୂଆ ଦାୟିତ୍ୱ ଗ୍ରହଣ କରିବା ପରେ ପୋର୍ଟ ଅଫ୍‌ ସ୍ପେନରେ ରହିବେ। ଶ୍ରୀ ସାହୁ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ପରେ ଜେଏନୟୁରୁ ସ୍ନାତକୋତ୍ତର ଡିଗ୍ରୀ ପାଇଥିଲେ। ଲଣ୍ଡନ କିଙ୍ଗ୍‌ସ୍‌ କଲେଜରେ ମଧ୍ୟ ସେ ଅଧ୍ୟୟନ କରିଥିଲେ। ପୂର୍ବରୁ ସେ ବିଭିନ୍ନ ପଦରେ ବେଜିଙ୍ଗ, ତେହରାନ୍ ଓ ଲଣ୍ଡନରେ ରହିଥିଲେ।

Comment