ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିବା ପରେ ଏବେ 5-T ସଚିବ କୋଣାର୍କ ସୂର୍ଯ୍ୟ ମନ୍ଦିର ଅଚାନକ ପରିଦର୍ଶନ କରିଛନ୍ତି। ଆଜି ଭୋର ୫ଟାରୁ ଭି କେ ପାଣ୍ଡିଆନ୍‌ କୋଣାର୍କ ମନ୍ଦିର ଏବଂ ଏହାର ଚତୁଃପାର୍ଶ୍ୱ ପରିଦର୍ଶନ କରି ସ୍ଥିତି ଯାଞ୍ଚ କରିଥିଲେ।

କୋଣାର୍କ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରସ୍ତୁତ ନକ୍ସା ମଧ୍ୟ ଦେଖିଥିଲେ। ଏହାସହ ପାଣ୍ଡିଆନ୍‌ ମନ୍ଦିର ନିକଟବର୍ତ୍ତି ରିଙ୍ଗ୍‌ରୋଡ୍‌ ଏବଂ ମାର୍କେଟ୍‌ ବୁଲି ଦେଖିଥିଲେ।

Comment