ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ଵରରେ ଦେଖାଯାଇଛି ଗୁଣ୍ଡାରାଜ। ୨୦ରୁ ୨୫ ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଆସି ମାର୍କେଟ ବିଲ୍ଡିଂରେ ଥିବା ଉଠା ଦୋକାନୀଙ୍କୁ ଆକ୍ରମଣ କରିଛନ୍ତି। ଯାହାକୁ ପାଇଥିଲେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଏଥିରେ ୧୦୦ରୁ ଅଧିକ ଦୋକାନ ମଧ୍ୟ ନଷ୍ଟ ହୋଇଯାଇଛି। ଆକ୍ରମଣ ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି।

ସନ୍ଧ୍ୟା ପ୍ରାୟ ୬ଟା ସମୟ ଜନଗହଳି ପୂର୍ଣ୍ଣ ଥାଏ ମାର୍କେଟ ବିଲ୍ଡଂ। ଏହି ସମୟରେ ୨୦ରୁ ୨୫ ଜଣ ଦୁର୍ବୃତ୍ତ ହାତରେ ଖଣ୍ଡା, ଠେଙ୍ଗା ଭଳି ମାରଣାସ୍ତ୍ର ଧରି ଗୋଟିଏ ପଟରୁ ପିଟିବା ଆରମ୍ଭ କରିଥିଲେ। ଯାହାକୁ ପାଇଥିଲେ ପଟିଥିଲେ। ଏଥରେ ୧୦୦ରୁ ଅଧିକ ଉଠା ଦୋକାନ ନଷ୍ଟ ହୋଇଯାଇଛି। ହେଲେ ଆକ୍ରମଣର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।
ଏଥିରେ ଆହତ ହୋଇଥିବା ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ପରେ କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କାହିଁକି? କିଏ? ଏଭଳି ଆକ୍ରମଣ କରିଥଲା ତାହା ଜଣାପଡ଼ିନାହିଁ।


















