ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟ୍ରେନ ଚାଲୁଥିଲା ବେଳେ ଅଧିକାଂଶ ଲୋକଙ୍କୁ ଆପଣ ଟ୍ରେନରେ ଚଢ଼ୁଥିବା ଓ ଓହ୍ଲାଉଥିବା ଦେଖିଥିବେ, ହେଲେ ଏହା ବିପଦପୂର୍ଣ୍ଣ। ଏମିତି କରିବା ଦ୍ୱାରା ଆପଣଙ୍କ ଜୀବନ ବି ଯାଇପାରେ। ଲୋକଙ୍କୁ ସଚେତନ କରିବା ପାଇଁ ରେଳମନ୍ତ୍ରୀ ପିୟୂଷ  ଗୋଏଲ ଟୁଇଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି।

ଭିଡିଓରେ ଜଣେ ବ୍ୟକ୍ତି ଟ୍ରେନ ଚାଲୁଥିଲା ବେଳେ ସେଥିରେ ଦୌଡ଼ି ଦୌଡ଼ି ଚଢ଼ିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ଏକ ବଡ଼ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଥିବା ଭିଡିଓରେ ଦେଖାଯାଇଛି।

ଏହି ଟୁଇଟର ଜରିଆରେ ଟ୍ରେନ ଚାଲୁଥିବା ସମୟରେ ସେଥିରେ ନଚଢ଼ିବାକୁ  ଓ ନଓହ୍ଲାଇବାକୁ  ଲୋକଙ୍କୁ ଅପିଲ୍‌ କରିଛନ୍ତି ପିୟୂଷ ଗୋୟଲ।

Comment