ଓଡ଼ିଶାଲାଇଭ୍ ବ୍ୟୁରୋ
ଗୋଟିଏ ବିମାନ ଏକ ଲିଟର ଇନ୍ଧନରେ କେତେ ବାଟ ଚାଲିଥାଏ, ଆପଣ ଜାଣିଛନ୍ତି କି? ଏଭଳି ପ୍ରଶ୍ନ କେବେ ଆପଣଙ୍କ ମନକୁ ଆସିଛି କି? ଜାଣନ୍ତୁ ଗୋଟିଏ ବିମାନ ଏକ ଲିଟର ଇନ୍ଧନରେ କେତେ ବାଟ ଚାଲିଥାଏ?
ରିପୋର୍ଟ ଅନୁସାରେ ଗୋଟିଏ ବିମାନ ପ୍ରତି ସେକେଣ୍ଡରେ ପାଖାପାଖି ୪ ଲିଟର ଇନ୍ଧନ ଖର୍ଚ୍ଚ ହୋଇଥାଏ।
ବୋଇଙ୍ଗ୍ ୭୪୭ ବିମାନ ଏକ ମିନିଟର ଯାତ୍ରା ପାଇଁ ପାଖାପାଖି ୨୪୦ ଲିଟର ଇନ୍ଧନ ଖର୍ଚ୍ଚ କରିଥାଏ। ଏହି ବିମାନ ଆକାଶପଥରେ ୧୦ଘଣ୍ଟା ଯାତ୍ରା କରିବା ପାଇଁ ଦେଢ଼ ଲକ୍ଷ ଲିଟର ଇନ୍ଧନ ଆବଶ୍ୟକ କରିଥାଏ।
ସେହିଭଳି ଏକ କିଲୋମିଟର ଆକାଶ ପଥ ଅତିକ୍ରମ କରିବା ପାଇଁ ଏହି ବୋଇଙ୍ଗ ୭୪୭ ବିମାନକୁ ପାଖାପାଖି ୧୨ ଲିଟର ଇନ୍ଧନ ଦରକାର ପଡ଼ିଥାଏ।


















