ଓଡ଼ିଶାଲାଇଭ୍ ବ୍ୟୁରୋ

ଏୟାର ଇଣ୍ଡିଆର ୧୦୦ ପ୍ରତିଶତ ଅଂଶଧନକୁ ବିକ୍ରି କରିଦେବେ କେନ୍ଦ୍ର ସରକାର। ଋଣ ବୋଝରେ ବୁଡ଼ି ରହିଥିବା ଏୟାର ଇଣ୍ଡିଆର ସମସ୍ତ ଅଂଶଧନକୁ ବିକ୍ରି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।

ଏନେଇ ସରକାରଙ୍କ ତରଫରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇସାରିଛି। ଏଥିସହିତ ମାର୍ଚ୍ଚ ୧୭ ତାରିଖ ସୁଦ୍ଧା ଏୟାର ଇଣ୍ଡିଆକୁ କିଣିବାକୁ ଚାହୁଁଥିବା ଲୋକମାନେ ଏଥିପାଇଁ ଆବେଦନ କରିପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଫଳରେ ଏୟାର ଇଣ୍ଡିଆର ମାଲିକାନା ଏଣିକି ବେସରକାରୀ ସଂସ୍ଥା ପାଖରେ ରହିବ ବୋଲି କୁହାଯାଉଛି।

ଏହା ପୂର୍ବରୁ ୨୦୧୮ ମସିହାରେ କେନ୍ଦ୍ର ସରକାର ଏୟାର ଇଣ୍ଡିଆକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ। ସେତେବେଳେ ଏହାକୁ କିଣିବାକୁ କିନ୍ତୁ କୌଣସି ଲୋକ ମିଳିନଥିଲେ। ଏହାପରେ ପୁଣିଥରେ କେନ୍ଦ୍ର ସରକାର ଏୟାର ଇଣ୍ଡିଆର ୭୬ ଅଂଶଧନ ବିକ୍ରି କରିବାକୁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ସେଥର ମଧ୍ୟ କେହି ବି ଲୋକ ଏଥିପ୍ରତି ଆଗ୍ରହ ଦେଖାଇନଥିଲେ। ଏବେ ପୁଣିଥରେ ସରକାର ଏହାର ସବୁତକ ଅଂଶଧନ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି।

Comment