ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆଦିଲ୍ଲୀରେ ୨୦୨୪ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାପାଇଁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋଙ୍କୁ ନିମନ୍ତ୍ରଣ କରାଯାଇଛି। ସେ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବେ। ତେବେ ମାକ୍ରୋଙ୍କ ଭାରତ ଆସିବା ନେଇ ଫ୍ରାନ୍ସ ସରକାରଙ୍କ ତରଫରୁ ଆଗକୁ ସ୍ପଷ୍ଟ କରାଯିବ।

ଏହାପୂର୍ବରୁ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବାପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ହେଲେ ଜାନୁଆରି ମାସରେ ବ୍ୟସ୍ତତା କାରଣରୁ ସେ ଭାରତ ଆସିପରିବେ ନାହିଁ ବୋଲି ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଥିଲା।  

ଇମାନୁଏଲ୍ ମାକ୍ରୋ ଆଗାମୀ ସାଧାରଣତନ୍ତ୍ର ଦିବସରେ ଭାରତ ଆସିଲେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ, ପ୍ରତିରକ୍ଷା, ସବୁଜ ଶକ୍ତି ତଥା ଅନ୍ୟାନ୍ୟ କ୍ଷେତ୍ରରେ ଚୁକ୍ତି ସ୍ଵାକ୍ଷର ହେବାର ସମ୍ଭାବନା ରହିଛି।   

ତେବେ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବାରେ ଇମାନୁଏଲ୍ ମାକ୍ରୋ ଫ୍ରାନ୍ସର ଷଷ୍ଠ ନେତା ହେବେ। ମାକ୍ରୋଙ୍କ ପୂର୍ବରୁ ଫ୍ରାନ୍ସର ଅନ୍ୟ ୫ ଜଣ ରାଜନେତା ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗ ଦେଇଛନ୍ତି।

୨୦୨୩ ଜୁଲାଇ ମାସରେ ଫ୍ରାନ୍ସର ଜାତୀୟ ଦିବସ ବାଷ୍ଟିଲ୍ ଡେ’ ପ୍ୟାରେଡରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ପ୍ୟାରେଡରେ ଭାରତୀୟ ସ୍ଥଳସେନା, ନୌସେନା ଓ ବାୟୁସେନାର ସୈନିକମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ।   

Tags: #RepublicDay2024 #EmmanuelMacron #PresidentofFrance #India-FranceRelations #Newdelhi

LEAVE A REPLY

Please enter your comment!
Please enter your name here