ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀର୍ଘ ଦୁଇ ମାସର ବ୍ୟବଧାନ ପରେ ଭାରତରେ ଆଭ୍ୟନ୍ତରୀଣ ବିମାନ ସେବା ଆଜି ଆରମ୍ଭ ହୋଇଛି। ଲକଡାଉନ ଯୋଗୁଁ ମାର୍ଚ୍ଚ ୨୫ରୁ ବିମାନ ଚଳାଚଳ ବନ୍ଦ ଥିଲା। ଅଧିକାଂଶ ରାଜ୍ୟ ବିମାନ ସେବାକୁ ଅନୁମତି ପ୍ରଦାନ କରିଥିବା ବେଳେ କିଛି ରାଜ୍ୟ ଏଥିପାଇଁ ଅନୁମତି ଦେଇ ନାହାନ୍ତି। ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଏଥିମଧ୍ୟରୁ ଅନ୍ୟତମ।

ଯେଉଁମାନେ ଅନ୍ୟ ରାଜ୍ୟକୁ ବିମାନରେ ଯିବେ ସେମାନେ ସେଠାକାର କଟକଣା ମାନିବାକୁ ବାଧ୍ୟ। ବହୁ ରାଜ୍ୟରେ ଭିନ୍ନ ଭିନ୍ନ ପ୍ରକାରର ବ୍ୟବସ୍ଥା ରହିଛି। କେଉଁଠି ବିମାନ ପିଛା ମାତ୍ର ୨୫ ଜଣ ଯାତ୍ରୀଙ୍କୁ ଅନୁମତି ମିଳିଥିବା ବେଳେ ଆଉ କିଛି ରାଜ୍ୟରେ ହୋମକ୍ୱାରେଣ୍ଟାଇନରେ ରହିବାକୁ ବାଧ୍ୟ କରାଯାଇଛି। ଆଉ କିଛି ରାଜ୍ୟ ପକ୍ଷରୁ ଏଣ୍ଟ୍ରି ପାସ ବ୍ୟବସ୍ଥା କରାଯାଇଛି।

ଏଣୁ ଯାତ୍ରୀ  ଯେଉଁମାନେ ଅନ୍ୟ ରାଜ୍ୟକୁ ଯିବା ପାଇଁ ବିମାନ ଟିକେଟ କିଣୁଛନ୍ତି ସେମାନଙ୍କୁ ସେହି ରାଜ୍ୟର କଟକଣା ସମ୍ପର୍କରେ ଜାଣିବା ନିତାନ୍ତ ଜରୁରୀ।

Comment