ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଉରକେଲା NITରେ ବିଭିନ୍ନ ପଦବୀରେ ଚାକିରି ସୁଯୋଗ। ଜାନୁଆରି ୧୩ରୁ ଫେବ୍ରୁଆରି ୧୧ ଯାଏଁ କରିପାରିବେ ଆବେଦନ।

ରାଉରକେଲାସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ନିଟ୍‌)ରେ ବିଭିନ୍ନ ପଦବୀରେ ନିଯୁକ୍ତି ସୁଯୋଗ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ଫେବ୍ରୁଆରି ୧୧ ତାରିଖ ଯାଏଁ ଧାର୍ଯ୍ୟ କରାଯାଇଛି।

ପଦବୀ

  • ଲାଇବ୍ରେରିଆନ୍‌ – ପଦବୀ(୧)
  • ସୁପରିଟେଣ୍ଡିଙ୍ଗ ଇଞ୍ଜିନିୟର – ପଦବୀ(୧)
  • ଡେପୁଟି ରେଜିଷ୍ଟ୍ରାର – ପଦବୀ(୧)
  • ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର – ପଦବୀ(୩)
  • ମେଡିକାଲ ଅଫିସର – ପଦବୀ(୨)
  • ଟେକ୍ନିକାଲ ଆସିଷ୍ଟାଣ୍ଟ – ପଦବୀ(୭)
  • ସୁପରିଟେଣ୍ଡେଣ୍ଟ – ପଦବୀ(୨)
  • ସିନିୟର ଆସିଷ୍ଟାଣ୍ଟ – ପଦବୀ(୧୦)
  • ଜୁନିୟର ଆସିଷ୍ଟାଣ୍ଟ – ପଦବୀ(୨୦)
  • ଟେକ୍ନିସିଆନ୍‌ – ପଦବୀ(୧୧)
  • ସିକ୍ୟୁରିଟି ଆଣ୍ଡ ଫାୟାର ଅଫିସର – ପଦବୀ(୧)

ଶିକ୍ଷାଗତ ଯୋଗ୍ୟତା

  • ଲାଇବ୍ରେରିଆନ୍‌ – ପ୍ରାର୍ଥୀ ଲାଇବ୍ରେରି ସାଇନ୍ସରେ ସ୍ନାତ୍ତକୋତର ହାସଲ କରିଥିବା ଦରକାର। ଏହାସହ ଡେପୁଟି ଲାଇବ୍ରେରିଆନ୍‌ ଭାବେ କୌଣସି ବିଶ୍ଵବିଦ୍ୟାଳୟରେ ୧୦ ବର୍ଷ କାର୍ଯ୍ୟ କରିଥିବା ଦରକାର।
  • ସୁପରିଟେଣ୍ଡିଙ୍ଗ ଇଞ୍ଜିନିୟର – ପ୍ରାର୍ଥୀ ସିଭିଲ ଇଞ୍ଜିନିୟରିଂରେ ବି.ଇ କିମ୍ଵା ବି.ଟେକ୍‌ କରିଥିବା ଦରକାର।
  • ଡେପୁଟି ରେଜିଷ୍ଟ୍ରାର – ପ୍ରାର୍ଥୀ ଯେକୌଣସି ବିଷୟରେ ପିଜି ପାସ୍‌ କରିଥିବା ସହ ୫୫ ପ୍ରତିଶତ ନମ୍ଵର ରଖିଥିବା ଆବଶ୍ୟକ।
  • ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର – ପ୍ରାର୍ଥୀ ଯେକୌଣସି ବିଷୟରେ ପିଜି ପାସ୍‌ କରିଥିବା ସହ ୫୫ ପ୍ରତିଶତ ନମ୍ଵର ରଖିଥିବା ଆବଶ୍ୟକ।
  • ମେଡିକାଲ ଅଫିସର – ପ୍ରାର୍ଥୀ ଏମ୍‌ବିବିଏସ୍‌ ଡିଗ୍ରୀ ହାସଲ କରିଥିବା ଦରକାର।
  • ଟେକ୍ନିକାଲ ଆସିଷ୍ଟାଣ୍ଟ – ପ୍ରାର୍ଥୀ ବି.ଇ କିମ୍ଵା ବି.ଟେକ୍‌ କିମ୍ଵା ଏମ୍‌ସିଏରେ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।
  • ସୁପରିଟେଣ୍ଡେଣ୍ଟ – ଯେକୌଣସି ବିଶ୍ଵବିଦ୍ୟାଳୟରୁ ଗ୍ରାଜୁଏସନ୍‌ ପାସ କରିଥିବା ଦରକାର।
  • ସିନିୟର ଆସିଷ୍ଟାଣ୍ଟ – ପ୍ରାର୍ଥୀ ଯୁକ୍ତ ଦୁଇ ପାସ୍‌ କରିଥିବା ସହ କମ୍ୟୁଟରରେ ୩୫ ଟାଇପିଙ୍ଗ ସ୍ପିଡ କରିପାରୁଥିବା ଆବଶ୍ୟକ।
  • ଜୁନିୟର ଆସିଷ୍ଟାଣ୍ଟ – ପ୍ରାର୍ଥୀ ଯୁକ୍ତ ଦୁଇ ପାସ୍‌ କରିଥିବା ସହ କମ୍ୟୁଟରରେ ୩୫ ଟାଇପିଙ୍ଗ ସ୍ପିଡ କରିପାରୁଥିବା ଆବଶ୍ୟକ।
  • ଟେକ୍ନିସିଆନ୍‌ – ପ୍ରାର୍ଥୀ ଯୁକ୍ତ ଦୁଇ ପାସ୍‌ କରିଥିବା ସହ ୬୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ।
  • ସିକ୍ୟୁରିଟି ଆଣ୍ଡ ଫାୟାର ଅଫିସର – ପ୍ରର୍ଥୀ ଯେକୌଣସି ବିଶ୍ଵବିଦ୍ୟାଳୟରେ ଗ୍ରାଜୁଏସନ୍‌ ପାସ କରିଥିବା ଆବଶ୍ୟକ। ଏହାସହ ସୈନ୍ୟ ବାହିନୀରେ ୫ ବର୍ଷ କାର୍ଯ୍ୟ କରିଥିବା ଦରକାର।

ଗୁରୁତ୍ଵପୂର୍ଣ୍ଣ ତାରିଖ

  • ଆବେଦନ ଆରମ୍ଭ – ୧୩ ଜାନୁଆରି ୨୦୨୦
  • ଆବେଦନ ଶେଷ ତାରିଖ – ୧୧ ଫେବ୍ରୁଆରି ୨୦୨୦

କେମିତି କରିବେ ଆବେଦନ?

ଆବେଦନ କରିବା ପାଇଁ ପ୍ରାର୍ଥୀ ଓ୍ଵେବସାଇଟ୍‌ www.nitrkl.nic.in କୁ ଯାଇ career ବଟନ୍‌ରେ କ୍ଲିକ କରି ଆବେଦନ କରିପାରିବେ। ଅଧିକ ତଥ୍ୟ ପାଇଁ ଓ୍ଵେବସାଇଟକୁ ଯାଇ ଦେଖିପାରିବେ।

Comment