ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାରି ଦିନ ଧରି ପାଳିତ ହୁଏ ପୋଙ୍ଗଲ ଉତ୍ସବ।

ତେଲୁଗୁ ସମ୍ପ୍ରଦାୟର ଗଣପର୍ବ ହେଉଛି ପୋଙ୍ଗଲ। ଏଥିପାଇଁ ଚଳଚଞ୍ଚଳ ଦକ୍ଷିଣ ଓଡ଼ିଶା। ପିତୃ ପୁରୁଷମାନଙ୍କୁ ସ୍ମରଣ କରି ତେଲୁଗୁ ସମ୍ପ୍ରଦାୟର ଲୋକମାନେ ଏହି ପର୍ବକୁ ପାଳନ କରନ୍ତି। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।

ପୋଙ୍ଗଲ ଉତ୍ସବକୁ ୪ ଦିନ ଧରି ପାଳନ କରାଯାଏ। ବୁଧବାର ପ୍ରଥମ ଦିନ ଭୋଗୀ ପୋଙ୍ଗଲ, ଦ୍ଵିତୀୟ ଦିନ ଥାଇ ପୋଙ୍ଗଲ, ତୃତୀୟ ଦିନ ମଟ୍ଟୁ ପୋଙ୍ଗଲ ଓ ଶେଷ ଦିନ କାନୁମ୍‌ ପୋଙ୍ଗଲ ପାଳନ କରନ୍ତି ତେଲୁଗୁ ଭାଷାଭାଷୀର ଲୋକେ।

ଘର ଧୁଆଧୁଇ କରି ଘର ଦୁଆରେ ରଙ୍ଗୋଲି ପ୍ରସ୍ତୁତ କରାଯାଏ। ଘରେ ସମସ୍ତେ ନୂଆ ଲୁଗା ପିନ୍ଧି ନୂଆବର୍ଷ ପାଳନ କରନ୍ତି। ମାଟି ପାତ୍ରରେ ଖିରି ଓ ଅନ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରି ସୂର୍ଯ୍ୟ ଦେବଙ୍କୁ ଅର୍ପଣ କରାଯାଏ।

LEAVE A REPLY

Please enter your comment!
Please enter your name here