ଓଡ଼ିଶାଲାଇଭ୍ ବ୍ୟୁରୋ

ରାଉରକେଲାର ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜୀ(NIT)ରେ ପବ୍ଲିକ୍‌ ରିଲେସନ୍‌ ଅଫିସର୍‌ ଏବଂ ସେଫ୍ଟି-ସିକ୍ୟୁରିଟି-ଫାୟାର ଅଫିସର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଶିକ୍ଷାଗତ ଯୋଗ୍ୟତା

  • ପବ୍ଲିକ୍‌ ରିଲେସନ୍‌ ଅଫିସର୍‌: ସ୍ନାତକ ଡିଗ୍ରୀ ସହ ଆର୍ମି ଅଥବା ସେଣ୍ଟ୍ରାଲ ପାରାମିଲିଟାରୀ ଫୋର୍ସରେ ୫ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
  • ସେଫ୍ଟି-ସିକ୍ୟୁରିଟି-ଫାୟାର ଅଫିସର: JMC କିମ୍ବା PRରେ ସ୍ନାତକୋତ୍ତର ଡିଗ୍ରୀ/ ଇଂରାଜୀ ଅଥବା ହିନ୍ଦୀରେ ସ୍ନାତକୋତ୍ତର/ JMC କିମ୍ବା PRରେ ଡିପ୍ଲୋମା (୫୫% ସହ) କରିଥିବା ଆବଶ୍ୟକ।

ଦରମା

  • ପବ୍ଲିକ୍‌ ରିଲେସନ୍‌ ଅଫିସର୍‌- ୫୦,୦୦୦ ଟଙ୍କା
  • ସେଫ୍ଟି-ସିକ୍ୟୁରିଟି-ଫାୟାର ଅଫିସର- ୫୦,୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା

ଆବେଦନକାରୀ ଅନ୍‌ଲାଇନ୍‌ ଆବେଦନ କରିପାରିବେ। NIT ରାଉରକେଲାର ଓ୍ଵେବ୍‌ସାଇଟ୍‌କୁ ଯାଇ ଆବେଦନପତ୍ର ପୂରଣ କରିବେ। ସମସ୍ତ ଦରକାରୀ କାଗଜପତ୍ର ଅପ୍‌ଲୋଡ୍‌ କରି ଆବେଦନ ଶୁଳ୍କ ଦାଖଲ କରିବାକୁ ହେବ।

ଆବେଦନ ଶୁଳ୍କ– ୫୦୦ ଟଙ୍କା (ଏସ୍‌ସି/ଏସ୍‌ଟି/ଭିନ୍ନକ୍ଷମ/ମହିଳା ମାନଙ୍କ ବ୍ୟତୀତ)

ଆବେଦନର ଶେଷ ତାରିଖ

  • ପବ୍ଲିକ୍‌ ରିଲେସନ୍‌ ଅଫିସର୍‌- ୨୦୨୦ ଜାନୁଆରି ୨୭
  • ସେଫ୍ଟି-ସିକ୍ୟୁରିଟି-ଫାୟାର ଅଫିସର- ୨୦୨୦ ଜାନୁଆରି ୩୧

ଏହି ବିଜ୍ଞପ୍ତି ସମ୍ବନ୍ଧିତ ଯେକୌଣସି ତଥ୍ୟ ପାଇଁ www.nitrkl.ac.in ଓ୍ଵେବ୍‌ସାଇଟ୍‌ରେ ଲଗ୍‌ଇନ୍‌ କରନ୍ତୁ।

Comment