ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ଭୟା ଦୋଷୀ ମୁକେଶ ସିଂହର ରାଜକ୍ଷମା ଆବେଦନକୁ ଖାରଜ କରିଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁକେଶର ଆବେଦନକୁ ଖାରଜ କରିଥିବା ଗୃହମନ୍ତ୍ରାଳୟକୁ ଜଣାଇଛନ୍ତି।

ଏବେ ସବୁଠୁ ବଡ଼ ପ୍ରଶ୍ନ କେବେ ଏହି ଦୋଷୀଙ୍କୁ ଫାଶୀ ଦିଆଯିବ? କାରଣ ମୁକେଶ ରାଜକ୍ଷମା ପାଇଁ ଆବେଦନ କରିଥିବାରୁ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ନଆସିବା ପର୍ଯ୍ୟନ୍ତ ସେମାନଙ୍କୁ ଜାନୁଆରି ୨୨ରେ ଫାଶୀ ଦିଆଯିବନି ବୋଲି ସ୍ଥିର ହୋଇଥିଲା।

ଏବେ ସାଧାରଣରେ ଚର୍ଚ୍ଚା ହେଉଛି ଯେ ରାଜକ୍ଷମା ଆବେଦନ ଖାରଜ ହେବା ପରେ ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ ଫାଶୀ ଦିଆଯିବ ନା ତାରିଖ ବଦଳିବ।

କିଛିଦିନ ପୂର୍ବେ ଦୋଷୀ ମୁକେଶ ସିଂହର କ୍ୟୁରେଟିଭ୍ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ଏହାପରେ ସେ ରାଜକ୍ଷମା ପାଇଁ ଆବେଦନ କରିଥିଲା।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/EtOfChgnkW29Y1l4hxTuDp

Comment