ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଚଉଦକୁଲାଟ ଅଞ୍ଚଳରେ ଜଣେ ନାବାଳିକାକୁ ଅପହରଣ ଓ ଗଣଦୁଷ୍କର୍ମ ଅଭିଯୋଗ। ଅଭିଯୋଗ ପରେ ଦୁଇ ଜଣ ଅଭିଯୁକ୍ତଙ୍କୁ ପଟ୍ଟାମୁଣ୍ଡାଇ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଭାନୁପ୍ରତାପ ସାମଲ ଓ ବିଶ୍ୱନାଥ ସ୍ୱାଇଁ। ଏହି ଘଟଣାରେ  ବ୍ୟବହାର କରାଯାଇଥିବା ଏକ ବୋଲେରୋ ଗାଡ଼ିକୁ ମଧ୍ୟ ଜବତ କରାଯାଇଛି। ଏନେଇ କେନ୍ଦ୍ରାପଡ଼ା ଏସପି ନିତିଶେଖର ସୂଚନା ଦେଇଛନ୍ତି।

ଜାନୁଆରି ୧୨ ତାରିଖ ଦିନ ମାମୁ ଘର ଯିବାପାଇଁ ନଦୀ ଘାଟ ପାଖକୁ ପୀଡ଼ିତା ଯାଉଥିଲେ। ବାଟରେ ନାବାଳିକାଙ୍କ ସମ୍ପର୍କିୟ ଅଜା ଶିଶିର ନାୟକ ଦେଖା ହୋଇ ନାବାଳିକାଙ୍କୁ ଡାକିଥିଲେ। ଡଙ୍ଗା ପାର ନହୋଇ ବୋଲେରୋରେ ନେଇ ମାମୁଁ ଘରେ ଛାଡ଼ି ଦେବାକୁ କହିଥିଲେ। ନାବାଳିକା ଜଣକ ରାଜି ନହେବାରୁ ବୋଲେରୋ ଗାଡ଼ି ଭିତରକୁ ତାଙ୍କୁ ଟେକି ନେଇଥିଲେ ଦୁର୍ବୃତ୍ତ।

ପରେ ଯାଜପୁର ଆଡେ ଚାଲି ଯାଇଥିଲେ। ସେମାନେ ତାଙ୍କୁ ଥଣ୍ଡା ପାନୀୟରେ ବିଷାକ୍ତ ଜିନିଷ ମିଶାଇ ଅଚେତ କରି ଦୁଷ୍କର୍ମ କରିଥିଲେ। ପ୍ରଥମେ ଅଭିଯୁକ୍ତମାନଙ୍କ ବିରୋଧରେ ୩୦/୨୦୨୦ରେ ୩୬୩, ୩୨୮, ୩୪୨, ୨୯୪, ୫୦୬ ଓ ୩୪ ଆଇପିସି ସହିତ ୧୨ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ପୋଲିସ।

ଅଭିଯୁକ୍ତମାନେ ଗିରଫ ହେବା ପରେ ପୋଲିସ ଦଫାରେ ପରିବର୍ତ୍ତନ କରି ୩୩୬, ୩୨୮,୩୪୨, ୨୯୪, ୫୦୬, ୩୭୬ ଆଇପିସି, ଡିଏ ୧୦୯ ଓ ୪/୬ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି। ନାବାଳିକା ଅପହରଣ ଘଟଣାରେ ସହଯୋଗ କରିଥିବା ଜେଜେ ଶିଶିର ଏବେବି ଫେରାର ରହିଛି। ତାକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଏସପି ନିତିଶେଖର କହିଛନ୍ତି।

LEAVE A REPLY

Please enter your comment!
Please enter your name here