ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ଵେଚ୍ଛାକୃତ ଅଙ୍ଗଦାନ ପ୍ରତି ଜାଗରଣ ସୃଷ୍ଟି କରିବା ପାଇଁ ଭୁବନେଶ୍ଵର ରବିନ୍ଦ୍ରନାଥ ଟାଗୋର୍ ଇଣ୍ଟରନ୍ୟାସ୍‌ନାଲ୍ ଇଷ୍ଟିଟ୍ୟୁଟ୍ ଅଫ୍ କାର୍ଡିଆକ୍ ସାଇନ୍ସି ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ଆୟାନ କର ଓ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଶେଷଜ୍ଞ ଡାକ୍ତର ସନ୍ଦିପ୍ ପାଲ୍‌ ଉପସ୍ଥିତ ରହି ଅଙ୍ଗଦାନ ଏବଂ ପ୍ରତିରୋପଣ ବିଷୟରେ ଚର୍ଚ୍ଚା କରିଥିଲେ।

ଏନେଇ ଡାକ୍ତର ଆୟାନ କର କହିଛନ୍ତି, “ଅନ୍ୟ ଅଙ୍ଗ ପ୍ରତିରୋପଣ ଅପେକ୍ଷା ହାର୍ଟ ଟ୍ରନ୍ସପ୍ଲାଣ୍ଟେସନ୍ ଜଟିଳ ହୋଇଥାଏ, କାରଣ ଏହି ପ୍ରକ୍ରିୟାରେ ଅଙ୍ଗଦାତା ମୃତ ଥାଏ। ଅନ୍ୟପକ୍ଷେ ଅତ୍ୟାଧୁନିକ ଜ୍ଞାନକୌଷଳ ଏହି ପ୍ରକ୍ରିୟାକୁ ସହଜ କରିଦେଇଛି, କିନ୍ତୁ ଏବେ ମଧ୍ୟ ସଚେତନତା ଅଭାବରୁ କିଛି ରୋଗୀମାନେ ଏହାର ସୁବିଧା ନେଇପାରୁନାହାନ୍ତି। ଦେଶରେ ହୃଦରୋଗ ଜନିତ ମୃତ୍ୟୁର ସଂଖ୍ୟା ଅନ୍ୟ ଅପେକ୍ଷା ବହୁତ ଅଧିକ। ଜଣେ ମଣିଷ ନିଜ ଅଙ୍ଗଦାନ କରିବାଠାରୁ ମହତପଣିଆ କିଛିନାହିଁ, ଅଙ୍ଗଦାନ କରିବାଦ୍ୱାରା ସେ ମୃତ୍ୟୁ ପରେ ମଧ୍ୟ ଅନ୍ୟକୁ ନୂତନ ଜୀବନଦାନ ଦେଇଯାଇଥାଏ।”

ଏହି ଟ୍ରାନ୍ସପ୍ଲାଣ୍ଟ ବିଷୟରେ ଡାକ୍ତର ସନ୍ଦିପ୍ ପାଲ୍ କହିଛନ୍ତି, “ଗମ୍ଭୀର ରୋଗରେ ପୀଡ଼ିତ ଥିବା ଅବସ୍ଥାରେ ଯେବେ ଶରୀରର ଅଙ୍ଗପ୍ରତ୍ୟଙ୍ଗ ପ୍ରଚଳନରେ ଅସୁବିଧା ଦେଖାଦିଏ କିମ୍ବା ବନ୍ଦ ହୋଇଯାଏ, ସଙ୍ଗେସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେଇ ଅଙ୍ଗ ପ୍ରତିରୋପଣ କରାଇନେବା ଅବଶ୍ୟକ। ଯେଉଁମାନେ ଆଗରୁ ଅଙ୍ଗପ୍ରତିରୋପଣ କରିଛନ୍ତି, ସେମାନେ ମଧ୍ୟ ସଠିକ୍ ସମୟରେ ଡାକ୍ତରଙ୍କ ପରାମର୍ଶ, ସଠିକ୍ ଚିକିତ୍ସାରେ ରହିବା ନିହାତି ଆବଶ୍ୟକ।”

ଏହି ସମ୍ମିଳନୀ ପରେ ଆଇଏମ୍‌ଏରେ ମଧ୍ୟ ଏହି ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା, ଯେଉଁଥିରେ ଡାକ୍ତର ଆୟାନ କର ଏବଂ ଡାକ୍ତର ସନ୍ଦିପ ପାଲ୍ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଅଙ୍ଗଦାନ ଏବଂ ପ୍ରତିରୋପଣ ବିଷୟରେ ସଚେତନ କରିଥିଲେ।

Comment