ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମୁଖ୍ୟ ପ୍ରଦୀପ ସେଠୀ ଆଜି ପୁଣି ଥରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଝାରପଡ଼ା ଜେଲରେ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

ଶୌଚାଳୟ କବାଟ ବନ୍ଦ କରି ବେକରେ ଏକ ତାର ଗୁଡ଼ାଇ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ। ଶୌଚାଳୟ କବାଟ ଭାଙ୍ଗି ପ୍ରଦୀପଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର କରିବା ପରେ ପ୍ରଦୀପଙ୍କୁ ଚିକିତ୍ସା ପାଇଁ କଟକ ଏସ୍‌ସିବି ମାନସିକ ରୋଗ ବିଭାଗକୁ ସ୍ଥାନାନ୍ତର କରାଯାଇଛି।

ଏଥରକୁ ମିଶାଇ ପ୍ରଦୀପ ସେଠୀ ୩ ଥର ଆତ୍ମହତ୍ୟା ଉଦ୍ୟମ କଲେଣି। ଏହା ପୂର୍ବରୁ ବି ହାତ କାଟି ଏବଂ ରେଲିଂରେ ନିଜ ମୁଣ୍ଡପିଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ ପ୍ରଦୀପ।

ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ଅଭିଯୋଗରେ ଏଟି ସଂସ୍ଥାର ମୁଖ୍ୟ ପ୍ରଦୀପ ସେଠୀ ଝାରପଡ଼ା ଜେଲରେ ଅଛନ୍ତି।

Comment