ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାନୁଆରି ୨୭ରୁ ଝାରସୁଗୁଡ଼ାରୁ କୋଲକତାକୁ ଓ ଜାନୁଆରି ୩୧ରୁ ଝାରସୁଗୁଡ଼ାରୁ ବାରଣାସୀକୁ ଉଡ଼ିବ ବିମାନ।

ଜାନୁଆରି ୨୭ରୁ ଝାରସୁଗୁଡ଼ାରୁ କୋଲକତାକୁ ସିଧାସଳଖ ଉଡ଼ିବ ବିମାନ। ଆଲିଆନ୍ସ ଏୟାର ପକ୍ଷରୁ ଆରମ୍ଭ ହେବାକୁ ଥିବା ଏହି ବିମାନ ସେବା ଫଳରେ ଯାତ୍ରୀମାନେ ଝାରସୁଗୁଡ଼ାରୁ କୋଲକତାକୁ ସିଧାସଳଖ ବିମାନ ସେବା ପାଇପାରିବେ।

ଅନ୍ୟପଟେ ଜାନୁଆରି ୩୧ରୁ ଝାରସୁଗୁଡ଼ାରୁ ବାରଣାସୀକୁ ବିମାନସେବା ଆରମ୍ଭ କରୁଛି ଆଲିଆନ୍ସ ଏୟାର। ଏହି ବିମାନ ସେବା ଭାୟା ଭୁବନେଶ୍ୱର ଦେଇ ଯିବ। ଫଳରେ ଭୁବନେଶ୍ୱରରୁ ବି ଯାତ୍ରୀମାନେ ବାରଣାସୀକୁ ସିଧାସଳଖ ବିମାନସେବା ପାଇପାରିବେ। ପୂର୍ବରୁ ଏଥିପାଇଁ ଯାତ୍ରୀଙ୍କୁ ଭୁବନେଶ୍ୱରରୁ ଭାୟା ଦିଲ୍ଲୀ ହୋଇ ଯିବାକୁ ପଡ଼ୁଥିଲା ।

ଏହି ବିମାନସେବା ଝାରସୁଗୁଡ଼ାରୁ କୋଲକାତା ପ୍ରାୟ ଦେଢ଼ ଘଣ୍ଟା ସମୟ ଲାଗିବାକୁ ଥିବା ବେଳେ, ବାରାଣସୀକୁ ଭାୟା ଭୁବନେଶ୍ୱର ହୋଇ ପ୍ରାୟ ସାଢ଼େ ୩ ଘଣ୍ଟା ସମୟ ଲାଗିବ।

Comment