ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଭାୟା ଭୁବନେଶ୍ଵର ଦେଇ ବାରାଣାସୀକୁ ଉଡ଼ିଲା ବିମାନ। ଶୁକ୍ରବାରଠୁ ଆଲିଆନ୍ସ ଏୟାରର ପକ୍ଷରୁ ଏହି ବିମାନ ଚଳାଚଳ ଆରମ୍ଭ ହୋଇଛି। ଝାରସୁଗୁଡ଼ାରୁ ଭୁବନେଶ୍ଵରକୁ କୌଣସି ଯାତ୍ରୀ ହୋଇ ନଥିବା ବେଳେ ଭୁବନେଶ୍ଵରରୁ ୪୦ ଜଣ ଯାତ୍ରୀଙ୍କୁ ନେଇ ଏହି ବିମାନ ବାରାଣାସୀ ଯାତ୍ରା କରିଛି।

ସକାଳ ୧୧ଟା ୫୦ରେ ଏହି ବିମାନ ଭୁବନେଶ୍ଵର ବିମାନ ବନ୍ଦରରୁ ଯାତ୍ରା ଆରମ୍ଭ କରିଥିଲା। ବାରାଣାସୀରେ ଏହି ବିମାନ ୧ଟା ୪୦ରେ ପହଞ୍ଚିଥିବା ଜଣାପଡ଼ିଛି। ସେହିପରି ୨ଟା ୩୦ରେ ବିମାନ ବାରାଣାସୀରୁ ଫେରି ୪ଟା ୨୦ରେ ଭୁବନେଶ୍ଵରରେ ପହଞ୍ଚିବ।

ଜାନୁଆରି ୨୨ରେ ବିମାନ କମ୍ପାନିଗୁଡ଼ିକ ସହ ରାଜ୍ୟ ସରକାରଙ୍କ ଆଲୋଚନା ପରେ ଏହି ବିମାନ ସେବା ଆରମ୍ଭ ହୋଇଛି। ଜାନୁଆରି ୨୭ରେ ଝାରସୁଗୁଡ଼ାରୁ କୋଲକତା ବିମାନ ସେବା ଆରମ୍ଭ ହୋଇସାରିଛି।

Comment