ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାଖେଇ ଆସୁଛି ବହୁ ଚର୍ଚ୍ଚିତ ନିର୍ଭୟା ଦୋଷୀଙ୍କ ଫାଶୀ ଦିନ। ଏଥିପାଇଁ ତିହାର ଜେଲ କର୍ତ୍ତୃପକ୍ଷ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି। ଜେଲ କର୍ତ୍ତୃପକ୍ଷ ନୋଟିସ ଜାରି କରି ଫାଶୀ ପୂର୍ବରୁ ସେମାନଙ୍କର ଶେଷ ଇଚ୍ଛା କ’ଣ ପଚାରି ବୁଝିଛନ୍ତି।

  • ଫାଶୀ ପୂର୍ବରୁ ସେମାନେ ଶେଷ ଥର ପାଇଁ କାହାକୁ ଭେଟିବାକୁ ଚାହୁଁଛନ୍ତି?
  •  ଯଦି ସେମାନଙ୍କ ନାମରେ କିଛି ସଂପତ୍ତି ଅଛି, ତାହା କାହା ନାମରେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି?
  • ଯଦି କୌଣସି ଧାର୍ମିକ ପୁସ୍ତକ ପଢ଼ିବାକୁ ଚାହୁଁଛନ୍ତି, ତାହେଲେ କେଉଁ ଧର୍ମଗୁରୁଙ୍କୁ ଡାକିବାକୁ ଚାହୁଁଛନ୍ତି?

ଏହିସବୁ ପ୍ରଶ୍ନ ନୋଟିସ୍‌ରେ ଜେଲ କର୍ତ୍ତୃପକ୍ଷ ଦୋଷୀଙ୍କୁ ପଚାରିଥବା ସୂଚନା ମିଳିଛି। ନିର୍ଭୟା ଦୋଷୀମାନେ ଶେଷ ଇଚ୍ଛା କହିଲେ ଫାଶୀ ପାଇବା ପୂର୍ବରୁ ଜେଲ କର୍ତ୍ତୃପକ୍ଷ ଏହାକୁ ପୂରା କରିବେ।

ଫାଶୀ ଦିନ ପଖେଇ ଆସୁଥିବାରୁ ଦୋଷୀମାନଙ୍କ ମଧ୍ୟରୁ ଜଣେ ଖାଇବା ଛାଡ଼ି ଦେଇଥିବା ଜଣାପଡ଼ିଛି। ସେହିପରି ଅନ୍ୟ ଜଣେ ଖାଇବା କମ୍ କରିଦେଇଛି। ତିହାର ଜେଲରେ ୪ ଦୋଷୀଙ୍କୁ ଭିନ୍ନ ଭିନ୍ନ ସେଲ୍‌ରେ ରଖାଯାଇଛି। ତାଙ୍କ ଉପରେ ନଜର ରଖିବାକୁ ୩୨ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ନିୟୋଜିତ କରାଯାଇଛି।

Comment