ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଣ୍ଡିଆନ୍‌ ବ୍ୟାଙ୍କ୍‌ରେ ୮ଟି ପଦବୀ(ସ୍ପେସିଆଲିଷ୍ଟ୍‌ ଅଫିସର)ରେ ସମୁଦାୟ ୧୩୮ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀ ଜାନୁଆରି ୨୨ରୁ ଆବେଦନ କରିପାରିବେ।

ପଦବୀ

  • ଆସିଷ୍ଟାଣ୍ଟ ମ୍ୟାନେଜର କ୍ରେଡିଟ୍‌ – ୮୫ (ପେ’ ସ୍କେଲ୍‌-୧)
  • ମ୍ୟାନେଜର କ୍ରେଡିଟ୍‌ – ୧୫ (ପେ’ ସ୍କେଲ୍‌-୨)
  • ମ୍ୟାନେଜର ସିକ୍ୟୁରିଟି – ୧୫ (ପେ’ ସ୍କେଲ୍‌-୨)
  • ମ୍ୟାନେଜର ଫୋରେକ୍ସ – ୧୦ (ପେ’ ସ୍କେଲ୍‌-୨)
  • ମ୍ୟାନେଜର ଲିଗାଲ – ୨ (ପେ’ ସ୍କେଲ୍‌-୨)
  • ମ୍ୟାନେଜର ଡିଲର – ୫ (ପେ’ ସ୍କେଲ୍‌-୨)
  • ମ୍ୟାନେଜର ରିସ୍କ ମ୍ୟାନେଜମେଣ୍ଟ – ୫ (ପେ’ ସ୍କେଲ୍‌-୨)
  • ସିନିୟର ମ୍ୟାନେଜର ରିସ୍କ ମ୍ୟାନେଜମେଣ୍ଟ – ୧ (ପେ’ ସ୍କେଲ୍‌-୩)

 

ବୟସ ଏବଂ ଶିକ୍ଷାଗତ ଯୋଗ୍ୟତା

ଆସିଷ୍ଟାଣ୍ଟ ମ୍ୟାନେଜର କ୍ରେଡିଟ୍‌(୨୦-୩୦ବର୍ଷ) – ପ୍ରାର୍ଥୀ ବିଜିନେସ/ମ୍ୟାନେଜମେଣ୍ଟ/ଫାଇନାନ୍ସ କିମ୍ବା ବ୍ୟାଙ୍କିଙ୍ଗ୍‌ ବିଷୟରେ ସ୍ନାତକ ଏବଂ ସ୍ନାତକୋତ୍ତର କରିଥିବା ଆବଶ୍ୟକ କିମ୍ବା ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ସିଏ/ଆଇସିଡବ୍ଲ୍ୟୁଏ/ସିଏଫ୍‌ଏ କରିଥିବା ପ୍ରାର୍ଥୀ ମଧ୍ୟ ଏଥିରେ ଆବେଦନ କରିପାରିବେ।

ମ୍ୟାନେଜର କ୍ରେଡିଟ୍‌(୨୫ରୁ ୩୫ ବର୍ଷ) – ପ୍ରାର୍ଥୀ ବିଜିନେସ/ମ୍ୟାନେଜମେଣ୍ଟ/ଫାଇନାନ୍ସ କିମ୍ବା ବ୍ୟାଙ୍କିଙ୍ଗ୍‌ ବିଷୟରେ ସ୍ନାତକ ଏବଂ ସ୍ନାତକୋତ୍ତର କରିଥିବା ଆବଶ୍ୟକ। କିମ୍ବା ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ସିଏ/ଆଇସିଡବ୍ଲ୍ୟୁଏ/ସିଏଫ୍‌ଏ କରିଥିବା ପ୍ରାର୍ଥୀ ମଧ୍ୟ ଏଥିରେ ଆବେଦନ କରିପାରିବେ।

ପ୍ରାର୍ଥୀ ପବ୍ଲିକ୍‌ କମ୍ବା ପ୍ରଇଭେଟ୍‌ ବ୍ୟାଙ୍କ୍‌ରେ କାମ କରିଥିବା ୧ ବର୍ଷର ଅଭିଜ୍ଞତା ଥିବା ଦରକାର।

ମ୍ୟାନେଜର ସିକ୍ୟୁରିଟି(୨୫ରୁ ୩୫ ବର୍ଷ) – ପ୍ରାର୍ଥୀ କୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ସ୍ନାତକ ପାସ୍‌ କରିଥିବା ଆବଶ୍ୟକ। ପ୍ରାର୍ଥୀ ଭାରତୀୟ ସେନାରେ କମିସନେଡ୍‌ ଅଫିସର ଭାବେ କାର୍ଯ୍ୟକରିଥିବାର ୫ ବର୍ଷର ଅଭିଜ୍ଞତା ଥିବା ଦରକାର। ସେହିପରି ଡିଏସ୍‌ପି ରାଙ୍କ୍‌ର ପୋଲିସ୍‌ ଅଫିସର ମଧ୍ୟ ଆବେଦନ କରିପାରିବେ।

ମ୍ୟାନେଜର ଫୋରେକ୍ସ(୨୫ରୁ ୩୫ ବର୍ଷ) – ପ୍ରାର୍ଥୀ ବିଜିନେସ/ମ୍ୟାନେଜମେଣ୍ଟ/ଫାଇନାନ୍ସ କିମ୍ବା ବ୍ୟାଙ୍କିଙ୍ଗ୍‌ ବିଷୟରେ ସ୍ନାତକ ଏବଂ ସ୍ନାତକୋତ୍ତର କରିଥିବା ଆବଶ୍ୟକ। କିମ୍ବା ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ସିଏ/ଆଇସିଡବ୍ଲ୍ୟୁଏ/ସିଏଫ୍‌ଏ କରିଥିବା ପ୍ରାର୍ଥୀ ମଧ୍ୟ ଏଥିରେ ଆବେଦନ କରିପାରିବେ।

ପ୍ରାର୍ଥୀ ପବ୍ଲିକ୍‌ କମ୍ବା ପ୍ରଇଭେଟ୍‌ ବ୍ୟାଙ୍କ୍‌ରେ କାମ କରିଥିବା ୩ ବର୍ଷର ଅଭିଜ୍ଞତା ଥିବା ଦରକାର।

ମ୍ୟାନେଜର ଲିଗାଲ(୨୫ରୁ ୩୫ ବର୍ଷ)– ଏଲ୍‌ଏଲ୍‌ବିରେ ବ୍ୟାଚେଲର ଡିଗ୍ରୀ ହାସଲ କରିଥିବା ଦରକାର। ପ୍ରାର୍ଥୀ ବାର୍‌ କାଉନ୍‌ସିଲରେ ଓକିଲ ଭାବେ ପଞ୍ଜିକୃତ ହୋଇଥିବେ।

ଓକିଲ ଭାବେ ୩ ବର୍ଷର ଅଭିଜ୍ଞତା କିମ୍ବା ପବ୍ଲିକ୍‌ କମ୍ବା ପ୍ରାଇଭେଟ୍‌ ବ୍ୟାଙ୍କ୍‌ରେ ଲିଗାଲ ଅଫିସର ଭାବେ ୩ ବର୍ଷର ଅଭିଜ୍ଞତା ଥିବା ଦରକାର।

ମ୍ୟାନେଜର ଡିଲର(୨୫ରୁ ୩୫ ବର୍ଷ) – ପ୍ରାର୍ଥୀ ବିଜିନେସ/ମ୍ୟାନେଜମେଣ୍ଟ/ଫାଇନାନ୍ସ କିମ୍ବା ବ୍ୟାଙ୍କିଙ୍ଗ୍ ବିଷୟରେ ସ୍ନାତକ ଏବଂ ସ୍ନାତକୋତ୍ତର କରିଥିବା ଆବଶ୍ୟକ। କିମ୍ବା ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ସିଏ/ଆଇସିଡବ୍ଲ୍ୟୁଏ/ସିଏଫ୍ଏ କରିଥିବା ପ୍ରାର୍ଥୀ ମଧ୍ୟ ଏଥିରେ ଆବେଦନ କରିପାରିବେ।

ପ୍ରାର୍ଥୀ ପବ୍ଲିକ୍ କମ୍ବା ପ୍ରଇଭେଟ୍ ବ୍ୟାଙ୍କ୍‌ରେ ନିଜ ବିଭାଗରେ ୩ ବର୍ଷର ଅଭିଜ୍ଞତା ଥିବା ଦରକାର।

ମ୍ୟାନେଜର ରିସ୍କ ମ୍ୟାନେଜମେଣ୍ଟ(୨୫ରୁ ୩୫ ବର୍ଷ) – ପ୍ରାର୍ଥୀ ବିଜିନେସ/ ମ୍ୟାନେଜମେଣ୍ଟ/ ଫାଇନାନ୍ସ/ ଷ୍ଟାଟିଷ୍ଟିକ୍ସ/ ବ୍ୟାଙ୍କିଙ୍ଗ୍/ ଇକୋନୋମେଟ୍ରିକ୍ସ ବିଷୟରେ ସ୍ନାତକ ଏବଂ ସ୍ନାତକୋତ୍ତର କରିଥିବା ଆବଶ୍ୟକ। ପବ୍ଲିକ୍ କମ୍ବା ପ୍ରଇଭେଟ୍ ବ୍ୟାଙ୍କ୍‌ରେ ନିଜ ବିଭାଗରେ ୧ ବର୍ଷର ଅଭିଜ୍ଞତା ଥିବା ଦରକାର।

ସିନିୟର ମ୍ୟାନେଜର ରିସ୍କ ମ୍ୟାନେଜମେଣ୍ଟ(୨୭ରୁ ୩୭ ବର୍ଷ) – ପ୍ରାର୍ଥୀଙ୍କୁ ନିମ୍ନଲିଖିତ ବିଷୟ ମଧ୍ୟରୁ କୌଣସିରେ ସ୍ନାତକ ଏବଂ ସ୍ନାତକୋତ୍ତର କରିଥିବା ଆବଶ୍ୟକ। ବିଜିନେସ/ ମ୍ୟାନେଜମେଣ୍ଟ/ ଫାଇନାନ୍ସ/ ଷ୍ଟାଟିଷ୍ଟିକ୍ସ/ ବ୍ୟାଙ୍କିଙ୍ଗ୍/ ଇକୋନୋମେଟ୍ରିକ୍ସ/ଇକୋନୋମିକ୍ସ/ରିସ୍କ ମ୍ୟାନେଜମେଣ୍ଟ/ମ୍ୟାଥେମେଟିକ୍ସ। ସେହିପରି  ପ୍ରାର୍ଥୀଙ୍କୁ ପବ୍ଲିକ୍ କମ୍ବା ପ୍ରାଇଭେଟ୍ ବ୍ୟାଙ୍କ୍‌ରେ ନିଜ ୩ ବର୍ଷ କାମ କରିଥିବାର ଅଭିଜ୍ଞତା ଥିବା ଦରକାର।(୨ବର୍ଷ ରିସ୍କ ମ୍ୟାନେଜମେଣ୍ଟରେ ଅଭିଜ୍ଞତା)

ଦରମା

ପେ’ ସ୍କେଲ ଅନୁଯାୟୀ ପ୍ରାର୍ଥୀଙ୍କ ଦରମା ସ୍ଥିର କରାଯାଇଛି।

  • ପେ’ ସ୍କେଲ୍‌-୧: ୨୩,୭୦୦ ଟଙ୍କାରୁ ୪୨,୦୨୦ ଟଙ୍କା ଦରମା।
  • ପେ’ ସ୍କେଲ୍‌-୨: ୩୧,୭୦୫ ଟଙ୍କାରୁ ୪୫,୯୫୦ ଟଙ୍କା ଦରମା।
  • ପେ’ ସ୍କେଲ୍‌-୩: ୪୨,୦୨୦ ଟଙ୍କାରୁ ୫୧,୪୯୦ ଟଙ୍କା ଦରମା।

ଜରୁରୀ ତାରିଖ

  • ଆବେଦନ ଆରମ୍ଭ – ୨୨ ଜାନୁଆରି ୨୦୨୦
  • ଆବେଦନ ଶେଷ – ୧୦ ଫେବ୍ରୁଆରି ୨୦୨୦
  • ପରୀକ୍ଷା – ୩ ମାର୍ଚ୍ଚ ୨୦୨୦

ପ୍ରାର୍ଥୀ ଏହି ପଦବୀରେ ଆବେଦନ ଅନ୍‌ଲାଇନ୍‌ରେ କରିବେ। ସେହିପରି ଫି’ ଡିପୋଜିଟ୍‌ ମଧ୍ୟ ଅନ୍‌ଲାଇନ୍‌ରେ କରାଯିବ। ପ୍ରାର୍ଥୀ www.indianbank.in ୱେବ୍‌ସାଇଟ୍‌ର କ୍ୟାରିୟରକୁ ଯାଇ Recruitment of Specialist Officers 2019-20 ଲିଙ୍କ୍‌ରେ କ୍ଲିକ୍‌ କରି ଆବେଦନ କରିପାରିବେ।

Comment