ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖୋର୍ଦ୍ଧା ଟାଉନରୁ ବନ୍ଧୁକ ଦେଖାଇ ୨୩ ଲକ୍ଷ ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ। ଏକ ଘରୋଇ ସଂସ୍ଥାର ଏଜେଣ୍ଟ ବୀମା ଟଙ୍କା ନେଇ ବ୍ୟାଙ୍କକୁ ଗଲା ବେଳେ ତାଙ୍କଠୁ ଲୁଟ ହୋଇଛି।

ଶୁକ୍ରବାର ଦିନ ଦ୍ୱିପ୍ରହରରେ ଏହି ଘଟଣା ଘଟିଛି। ଏଜେଣ୍ଟ ଜଣକ ବାଇକ ଯୋଗେ ସ୍ଥାନୀୟ ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଉଥିଲା ବେଳେ ଦୁର୍ବର୍ତ୍ତ ତାଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଛନ୍ତି। ଲୁଟର ଶିକାର ହୋଇଥିବା ବ୍ୟକ୍ତି ଏନେଇ ଟାଉନ ଥାନାରେ ଅଭିଯୋଗ କରିଛନ୍ତି।

ତାଙ୍କ ଅଭିଯୋଗ ଅନୁସାରେ ୪ ଜଣ ଦୁର୍ବୃତ୍ତ ତାଙ୍କ ବାଇକ୍‌ ଆଗରେ ବାଇକ ରଖିଥିଲେ। ବନ୍ଧୁକ ଦେଖାଇ ଟଙ୍କା ବ୍ୟାଗ ନେଇ ଫେରାର ହୋଇଯାଇଥିଲେ।  ଅଭିଯୋଗ ପାଇବା ପରେ ଅଭିଯୋଗକରୀଙ୍କୁ ନେଇ ଘଟଣାସ୍ଥଳରେ ପୋଲିସ ଛାନଭିନ ଆରମ୍ଭ କରିଛି।

Comment