ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରିରେ ମାଓବାଦୀ-ଗ୍ରାମବାସୀ ମୁହାଁମୁହିଁ। ମାଓବାଦୀମାନେ ଏକ ଗାଁରେ ୧୫ଟି ଘରେ ଘରେ ନିଆଁ ଲଗାଇଦେବା ସହ ୩ଜଣଙ୍କୁ ଅପହରଣ କରିନେଇଛନ୍ତି। ଗାଁ ଲୋକଙ୍କ ପଥରମାଡ଼ରେ ଜଣେ ମାଓବାଦୀର ମୃତ୍ୟୁ ପରେ ପ୍ରତିଶୋଧ ପରାୟଣ ହୋଇ ଏପରି କାଣ୍ଡ କରିଛନ୍ତି ମାଓବାଦୀ।

ପାପରମେଟଲା ଥାନା ଅନ୍ତର୍ଗତ ଯୋଡ଼ଆମ୍ବ ଗାଁରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟକୁ ମାଓବାଦୀମାନେ ବିରୋଧ କରିଥିଲେ। ଏହି କଥାକୁ ନେଇ ମାଓବାଦୀ ଓ ଗ୍ରାମବାସୀଙ୍କ ମଧ୍ୟରେ ବଚସା ହେବାରୁ ମାଓବାଦୀମାନେ ଗୁଳିଚାଳନା କରିଥିଲେ। ପରେ ଗ୍ରାମବାସୀମାନେ ଟେକା ପଥର ମାଡ଼ କରିଥିଲେ। ଏଥିରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିଲା।

ପରେ ମାଓବାଦୀମାନେ ପ୍ରତିଶୋଧ ପରାୟଣ ହୋଇ ଗାଁରେ ୧୫ଟି ଘରେ ନିଆଁ ଲଗାଇବା ସହ ୩ଜଣ ଲୋକଙ୍କୁ ଅପହରଣ କରିନେଇଛନ୍ତି। ପରେ ଗାଁ ଲୋକଙ୍କ ସୁରକ୍ଷା ପାଇଁ ଘଟଣାସ୍ଥଳରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି।

Comment