ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯାଜପୁରରେ ନରହନ୍ତା ଦନ୍ତାକୁ କାବୁ କରିବାକୁ ଆରମ୍ଭ ହେଲା ଅପରେସନ। ଡ୍ରୋନ କ୍ୟାମେରାରରେ ହାତୀ ଉପରେ ନଜର ରଖିଛି ବନବିଭାଗ। ଏନେଇ ସ୍ଵତନ୍ତ୍ର ଟିମ୍‌ ଓ ପୋଲିସ ମଧ୍ୟ ସଜାଗ ରହିଛନ୍ତି। ହାତୀଟି ଧୂଳିଗଡ଼ ଜଙ୍ଗଲରେ ଥିବା ସୂଚନା ମିଳିଛି। ହାତୀ ଉତ୍ପାତ ଯୋଗୁଁ ଲୋକମାନେ ଧାରଣାରେ ବସିବା ପରେ ବନବିଭାଗ ପକ୍ଷରୁ ଏହି ଅପରେସନ ଆରମ୍ଭ ହୋଇଛି।

ଯାଜପୁର ଦାନଗଦିରେ ହାତୀ ଉପଦ୍ରବକୁ ନେଇ ରାସ୍ତାକୁ ଓହ୍ଲାଇଥିଲେ ଲୋକେ। ନରହନ୍ତା ହାତୀକୁ ଧରିବା ଦାବିରେ ଲୋକେ ଆଜି ଟାୟାର ଜାଳି ରାସ୍ତା ରୋକ କରିଥିଲେ। ଫଳରେ ଦାନଗଦି ମିଲିଟାରୀ ଛକ, ମାନପୁର ନିକଟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

ହାତୀ ଆକ୍ରମଣରେ ଶଙ୍ଖଚିଲା ଗୋଡ଼ିପାଟଣା ଗାଁର ୪ଜଣଙ୍କ ପ୍ରାଣ ଯାଇଥଲା ବେଳେ ୧୦ ଜଣ ଆହତ ହୋଇଥିଲେ। ଲୋକମାନେ ରାସ୍ତା ଉପରକୁ ଆସି ପ୍ରତିବାଦ କରିବାରୁ ବନବିଭାଗ ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା। ଆଜି ସନ୍ଧ୍ୟା ସୁଦ୍ଧା ହାତୀ ଧରାପଡ଼ିବ ବୋଲି ବନବିଭାଗ ସୂଚନା ଦେଇଛି।

Comment