ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ର ନାସିକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମୁହାଁମୁହିଁ ଧକ୍କା ହୋଇ କୂଅକୁ ଖସିଗଲେ ବସ୍ ଓ ଅଟୋ। ଏଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ବସ୍ଟି ମାଲଗାଓଁରୁ କଲଓ୍ଵାଣ ଯାଉଥିବା ବେଳେ ଦିଓଲା ଅଞ୍ଚଳରେ ଚକା ପଙ୍କଚର ହୋଇଯାଇଥିଲା। ଫଳରେ ଡ୍ରାଇଭର ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ଅଟୋକୁ ଧକ୍କା ଦେଇଥିଲା। ଫଳରେ ଅଟୋଟି ପାଖରେ ଥିବା କୂଅ ଭିତରକୁ ପଶି ଯାଇଥିଲା। ପରେ ବସ୍ଟି ମଧ୍ୟ କୂଅକୁ ଖସି ଯାଇଥିଲା।
ଘଟଣାସ୍ଥଳରେ ଅଟୋ ଭିତରେ ଥିବା ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବସ୍ରେ ଥିବା ୪ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ମୋଟ୍ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି।


















