ଓଡ଼ିଶାଲାଇଭ୍ ବ୍ୟୁରୋ

ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ କଲେଜ ଅଧ୍ୟାପକମାନଙ୍କୁ ମନା ହେଲା ଘରୋଇ ଟ୍ୟୁସନ। ଏଣିକି ସେମାନେ କେବଳ କଲେଜରେ ହିଁ ପାଠ ପଢ଼ାଇବେ। ଏହାବ୍ୟତୀତ ସେମାନେ କୌଣସି ପ୍ରକାର ଘରୋଇ ଟ୍ୟୁସନରେ ପାଠ ପଢ଼ାଇ ପାରିବେ ନାହିଁ।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧ୍ୟାପକମାନଙ୍କୁ ସୂଚନା ଦିଆଯାଇଛି। ଯଦି କୌଣସି ଅଧ୍ୟାପକ ଏହି ନିୟମ ଉଲ୍ଲଘଂନ କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।ସୋମବାର ସୋସିଆଲ୍ ମିଡିଆରେ ଗୋଟିଏ ଫଟୋକୁ ନେଇ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହି ଫଟୋରେ ରାଜ୍ୟର କେତେକ କଲେଜ ଅଧ୍ୟାପକମାନେ ଘରୋଇ ଟ୍ୟୁସନ କରୁଥିବା ହେତୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ରହିଥିଲା। ଏହାପରେ ଅଧ୍ୟାପକ ମହଲରେ ଏହି ଫଟୋ ନେଇ ଆତଙ୍କ ଖେଳିଯାଇଥିଲା। କାରଣ ରାଜ୍ୟର ଅଧିକାଂଶ କଲେଜ ଅଧ୍ୟାପକ କଲେଜରେ ପାଠ ପଢ଼ାଇବା ସହ ଘରୋଇ ଟ୍ୟୁସନ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଏପରିକି ସେମାନେ କଲେଜ କ୍ଲାସ୍ ସମୟରେ ଉପସ୍ଥିତ ନରହି ଟ୍ୟୁସନ କରୁଥିବା ମଧ୍ୟ ଅଭିଯୋଗ ହେଉଛି।

ଏହି କାରଣରୁ ଉଚ୍ଚଶିକ୍ଷା ବିଭାଗ ଅଧ୍ୟାପକମାନଙ୍କ ପାଇଁ ଏହି ନୂଆ ଗାଇଡଲାଇନ୍ ଜାରି କରିଛି। ଅଧ୍ୟାପକମାନେ ମଧ୍ୟ ଏନେଇ ବହୁ ପୂର୍ବରୁ ଅଣ୍ଡରଟେକିଂ ଦେଇସାରିଛନ୍ତି। ତେଣୁ ଯଦି ସେମାନେ ଆଇନ୍ ଉଲ୍ଲଘଂନ କରିବେ ତେବେ ତାଙ୍କ ବିରୋଧରେ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ।

Comment