ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଗୁଣି ଗାରେଡ଼ି ସନ୍ଦେହରେ ଦୁଇ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିଲେ ଗ୍ରାମବାସୀ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ସହରର ଉପଖଣ୍ଠରେ ଥିବା ମାଙ୍କଡ଼ଝୁଲା ଗ୍ରାମରେ। ଦୁଇ ମହିଳା ହେଲେ ସେହି ଗାଁର ସବିତା ଜାନୀ ଓ ଗରମା ମୁଦୁଲି।

ଗ୍ରାମବାସୀ ସେମାନଙ୍କୁ ମାଡ଼ ମାରି ବନ୍ଦ କୋଠରରୀ ଭିତରେ ରଖିଥିଲେ। ଖବର ପାଇ ପୋଲିସ ପହଞ୍ଚି ଦୁଇ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

ମଙ୍ଗଳବାର ସକାଳେ ଉକ୍ତ ଗ୍ରାମର ସନ୍ତୋଷ ଜାନୀ ନାମକ ଜଣେ ଯୁବକର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ସବିତା ଓ ଗରମା ଗୁଣି ଗାରେଡି କରି ସନ୍ତୋଷକୁ ମାରି ଦେଇଥିବା ସନ୍ଦେହ କରି ଗ୍ରାମବାସୀ ଏମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏବେ ବି ଗାଁରେ ଚାପା ଉତେଜନା ଲାଗିରଥିବାରୁ ଗ୍ରାମରେ ପୋଲିସ ମୁତୟନ ହୋଇଛନ୍ତି।

Comment