ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନଲାଇନରେ ଆଧାର ଠିକଣା ବଦଳାଇ ପାରିବେ, ଜାଣନ୍ତୁ କେମିତି?

ବ୍ୟାଙ୍କ ଖାତା ଖୋଲିବାଠାରୁ ଆରମ୍ଭ କରି ଆହୁରି ଅନେକ ଜରୁରୀ କାମରେ ଆଧାର ନମ୍ବରର ଆବଶ୍ୟକତା ରହିଛି। ହେଲେ ଆଧାରକାର୍ଡରେ କୌଣସି ତଥ୍ୟ ଅପ୍‌ଡେଟ୍‌ କରିବା ପାଇଁ ଲୋକେ ଅନେକ ହଇରାଣ ହୋଇଥା’ନ୍ତି। ହେଲେ ଆପଣ ଅନଲାଇନରେ ଅତି ସହଜରେ ଆଧାରରେ ଥିବା ଠିକଣାକୁ ବଦଳାଇ ପାରିବେ। ସେଲ୍ଫ ଡିକ୍ଲାରେସନ୍ ଫର୍ମ ଜରିଆରେ ଆପଣ ଏଥର ନିଜ ଠିକଣା ବଦଳାଇ ପାରିବେ।

ବ୍ୟାଙ୍କ ଖାତା ଖୋଲିବା ସହ ସେଇ ସବୁ କାମ କଠିନ ହୋଇଯାଇଥାଏ, ଯେଉଁଥିରେ ଆଧାର କାର୍ଡ ଦେବାକୁ ପଡ଼ିଥାଏ ଓ ଆଧାର ଠିକଣା ଅନ୍ୟସ୍ଥାନର ହୋଇଥାଏ। କିନ୍ତୁ ନୂଆ ନିୟମ ଅନୂସାରେ ଏଭଳି ସ୍ଥିତିରେ ଆପଣଙ୍କୁ ନିଜ ଠିକଣା ବଦଳାଇବାକୁ ପନିବ ନାହିଁ। ଆଧାର କାର୍ଡ ସହ ନୂଆ ଠିକଣାରେ ସେଲ୍ଫ ଡିକ୍ଲାରେସନ୍ ଫର୍ମ ଦେଲେ ଆପଣଙ୍କ କାମ ହୋଇଯିବ।

ଏହି ନିୟମ କାରଣରୁ ଆଧାର କାର୍ଡର ଠିକଣା ବଦଳାଇବା ମଧ୍ୟ ସହଜ ହୋଇଯିବ। କାରଣ ଏବେ ୟୁଆଇଏଡିଆଇ ଆପଣଙ୍କଠାରୁ ସେଲ୍ଫ ଡିକ୍ଲାରେସନ୍ ଲେଟର ନେଇ ଠିକଣା ବଦଳାଇ ଦେବ। ଏଥିପାଇଁ ଆପଣଙ୍କୁ ଭଡ଼ା ଏଗ୍ରିମେଣ୍ଟ୍ କିମ୍ବା ଅନ୍ୟ ଲିଷ୍ଟେଡ୍ ଦସ୍ତାବିଜ୍ ଦେବାକୁ ପଡ଼ିବ ନାହିଁ। ଅର୍ଥାତ ଏବେ ଆପଣ ଆଧାର କେନ୍ଦ୍ରକୁ ଯାଇ ସେଲ୍ଫ ଡିକ୍ଲାରେସନ୍ ଲେଟର ସହ ଠିକଣା ବଦଳାଇ ପାରିବେ। ଆସନ୍ତୁ ଜାଣିବା କେମିତି ଅନଲାଇନରେ ଆଧାର ଠିକଣା ପରିବର୍ତ୍ତନ କରାଯାଇ ପାରିବ ।

ସର୍ବପ୍ରଥମେ UIDAIର ୱେବସାଇଟ https://uidai.gov.in/ କୁ ଯାଆନ୍ତୁ। ସେଠାରେ My Aadhaar ଟ୍ୟାବକୁ ଯାଆନ୍ତୁ। ଡ୍ରପ୍ ଡାଉନର ଦ୍ୱିତୀୟ ଟ୍ୟାବ୍ Udate Your Aadhaarକୁ ଯାଇ ଡ୍ରପଡାଉନର ତୃତୀୟ ବିକଳ୍ପ Update your address online ଉପରେ କ୍ଲିକ୍ କରନ୍ତୁ।

ଏହି ପେଜରେ ସର୍ବ ପ୍ରଥମେ ନିଜ ଆଧାର ନମ୍ବର, ତା’ପରେ କାପଚା ଭେରିଫିକେସନ୍ ପୂରଣ କରି ତଳେ ଥିବା Send OTP କୁ କ୍ଲିକ୍ କରନ୍ତୁ। ଏହାପରେ ଆପଣଙ୍କ ପଞ୍ଜିକୃତ ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ। OTP କୁ ତଳେ ଥିବା Enter OTP/TOTP ରେ ୬ ଅଙ୍କ ବିଶିଷ୍ଟ ଓଟିପି ଲେଖନ୍ତୁ ଓ ତା’ପରେ ଲଗ୍ ଇନ୍ କରନ୍ତୁ।

ଏହି ପେଜରେ ବର୍ତ୍ତମାନ Update Address via Address Proof, Update Address via Secred Codeର ବିକଳ୍ପ ଦିଆଯାଇଛି। ଆଡ୍ରେସ ପ୍ରୁଫର ବିକଳ୍ପ ବାଛିଲେ ଆପଣଙ୍କୁ ନୂଆ ପେଜରେ ନୂଆ ଆଡ୍ରେସର ବିଶଦ ବିବରଣୀ ଦେବାକୁ ପଡ଼ିବ। ଏହାପରେ ଉଚିତ ଦସ୍ତାବିଜର ଚିତ୍ରକୁ ଅପଲୋଡ୍ କରିବାକୁ ପଡ଼ିବ। ଦ୍ୱିତୀୟ ବିକଳ୍ପ ସେମାନଙ୍କ ପାଇଁ ଯେଉଁମାନେ  କୌଣସି ସଂପର୍କୀୟ କିମ୍ବା ପରିଚିତଙ୍କ ଠିକଣା ଆଧାର ଆଡ୍ରେସ ଭାବେ ଦେବାକୁ ଚାହାନ୍ତି। ଏଥିପାଇଁ UIDAI ଦ୍ୱାରା ପଠାଯାଇଥିବା କୋଡର ବ୍ୟବହାର କରିବାକୁ ପଡ଼େ। ସମ୍ଭବତଃ ନୂଆ ନିୟମ ଅନ୍ତର୍ଗତରେ ଏଠାରେ ସେଲ୍ଫ ଡିକ୍ଲାରେସନ୍ ଫର୍ମ ଜରିଆରେ ଆଧାର ଆଡ୍ରେସ ପରିବର୍ତ୍ତନର ବିକଳ୍ପ ମିଳିବ କିମ୍ବା ପ୍ରମାଣ ପାଇଁ ନିର୍ଦ୍ଧାରିତ ଦସ୍ତାବିଜ ସୂଚିରେ ସେଲ୍ଫ ଡିକ୍ଲାରେସନ୍ ଫର୍ମ ଯୋଡ଼ା ହେବ।

ଏଥର ଆପଣ ନୂଆ ବିକଳ୍ପ ଉପରେ କ୍ଲିକ୍ କରି ଆଗ ପ୍ରକ୍ରିୟାକୁ ପୂରା କରିପାରିବେ। ଆପଣଙ୍କ ଏହି ଅନଲାଇନ୍ ଆବେଦନର ଯାଞ୍ଚ ପରେ ଆଧାର କାର୍ଡରେ ଠିକଣା ବଦଳାଇ ଦିଆଯିବ ଓ ନୂଆ କାର୍ଡ ଆପଣଙ୍କ ନୂଆ ଠିକଣାରେ ପହଞ୍ଚିବ।

Comment