ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତାକାଲି ଲୋକସଭାରେ ଉପସ୍ଥାପନା ହେବ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍‌। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନା କରିବେ। ଏହାକୁ ଦୃଷ୍ଟିରେ ରଖି ଶନିବାର ଷ୍ଟକ୍‌ ମାର୍କେଟ୍‌ ଖୋଲା ରହିବ। ଏନେଇ ଭାରତର ଦୁଇ ଷ୍ଟକ୍‌ ମାର୍କେଟ୍‌ ବମ୍ବେ ଷ୍ଟକ୍‌ ଏକ୍ସଜେଞ୍ଜ ଏବଂ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ସାଧାରଣତଃ ଶନିବାର ଷ୍ଟକ ମାର୍କେଟ୍‌ ବନ୍ଦ ରହେ। ହେଲେ ଏଥର କେନ୍ଦ୍ର ସାଧାରଣ ବଜେଟ୍‌ ଶନିବାର ଦିନ ଉପସ୍ଥାପିତ ହେଉଛି। ବଜେଟ୍‌ ଦୃଷ୍ଟିରେ ରଖି ଆସନ୍ତାକାଲି ଷ୍ଟକ୍‌ ମାର୍କେଟ୍‌ ସ୍ୱତନ୍ତ୍ର ଟ୍ରେଡିଂ ସେସନ୍‌ ଭାବେ ଖୋଲା ରହିବ ବୋଲି ଘୋଷଣା କରାଯାଇଛି। ହେଲେ ଦେଶରେ ବ୍ୟାଙ୍କ ଧର୍ମଘଟ ଚାଲିଥିବାରୁ ସମସ୍ତ ବ୍ୟାଙ୍କ ବନ୍ଦ ରହିବ।

ବର୍ତ୍ତମାନ ସାରା ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି। ଏଭଳି ସ୍ଥିତିରେ ସରକାର ବଜେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି। କ’ଣ ରହିଛି ନିର୍ମାଳାଙ୍କ ପେଡ଼ିରେ? ବର୍ତ୍ତମାନ ସମସ୍ତଙ୍କ ନଜର କେନ୍ଦ୍ର ବଜେଟ୍‌ ଉପରେ ରହିଛି।

Comment