ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି ଘୁଞ୍ଚିଲା ନିର୍ଭୟା ଦୋଷୀଙ୍କ ଫାଶୀ। ଡେଥ୍ ଓ୍ୱାରେଣ୍ଟ ଉପରେ ରହିତାଦେଶ ଲଗାଇଲେ ଦିଲ୍ଲୀ ପଟିୟାଲା ହାଉସ୍ କୋର୍ଟ। ଫଳରେ ଆସନ୍ତାକାଲି ଫାଶୀ ପାଇବେନି ନିର୍ଭୟା ଦୋଷୀ। ପରବର୍ତ୍ତୀ ଆଦେଶ ନଆସିବା ପର୍ଯ୍ୟନ୍ତ କୋର୍ଟ ଫାଶୀକୁ ଘୁଞ୍ଚାଇ ଦେଇଛନ୍ତି।
ଆହୁରି ଦୋଷୀଙ୍କ ଆଇନଗତ ଦିଗ ବାକି ଥିବାରୁ ଫାଶୀ ତାରିଖ ଧାର୍ଯ୍ୟ ହୋଇନାହିଁ। ନିର୍ଭୟା ଦୋଷୀଙ୍କ ଫାଶୀ ପାଇଁ ଫେବ୍ରୁଆରି ୧ ତାରିଖ ଧାର୍ଯ୍ୟ ହୋଇଥିଲା। ହେଲେ ଫାଶାରୁ ବଞ୍ଚିବା ପାଇଁ ଦୋଷୀମାନେ ପିଟିସନ୍ ପରେ ପିଟିସନ୍ ଦାଖଲ କରିଥିଲେ। ଫଳରେ ଫାଶୀ ପ୍ରକ୍ରିୟା ବିଳମ୍ଵ ହୋଇଥିଲା। ଏନେଇ ଦିଲ୍ଲୀ ପଟିୟାଲା ହାଉସ କୋର୍ଟ ଫାଶୀ ତାରିଖ ଘୁଞ୍ଚାଇଛନ୍ତି।
ପୂର୍ବରୁ ଜାନୁଆରି ୨୨ ତାରିଖ ଦିନ ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ଶୁଣାଣି ହୋଇଥିଲା। ହେଲେ କୋର୍ଟ ଏହାର ପୁନଃଶୁଣାଣି କରି ଫେବ୍ରୁଆରି ୧ ତାରିଖକୁ ଫାଶୀ ଘୁଞ୍ଚାଇ ଥିଲେ।