ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ରେଲଓ୍ଵେରେ ଚାକିରି ସୁଯୋଗ। ୨ହଜାର ୭୯୨ ଆପ୍ରେନଟିସ୍‌ ପଦବୀ ପାଇଁ କରିପାରିବେ ଆବେଦନ।

ପୂର୍ବ ରେଲଓ୍ଵରେ ନିଯୁକ୍ତି ସୁଯୋଗ। ୨ହଜାର ୭୯୨ ଆପ୍ରେନଟିସ୍‌ ପଦବୀରେ ନିଯୁକ୍ତି ପାଇଁ କରିପାରିବେ ଆବେଦନ। ଇଚ୍ଛୁକ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ। ଫେବ୍ରୁଆରି ୧୪ରୁ ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ଆବେଦନ ତାରିଖ ଧାର୍ଯ୍ୟ କରାଯାଇଛି।

କେଉଁ ଡିଭିଜନ୍‌ରେ, କେତେ ପଦବୀ?

  • ହାଓ୍ଵଡା ଡିଭିଜନ୍‌ (୬୫୯ ପଦବୀ)
  • ସିଲାଦ ଡିଭିଜନ୍‌ (୫୨୬)
  • ମାଲ୍‌ଦା ଡିଭିଜନ୍‌ (୧୦୧)
  • ଆସାନସୋଲ୍‌ (୪୧୨)
  • କାଞ୍ଚରାପରା ଓ୍ଵର୍କସପ୍‌ (୨୦୬)
  • ଲିଲୁଓ୍ଵା ଓ୍ଵାର୍କସପ୍‌ (୨୦୪)
  • ଜାମଲପୁର ଓ୍ଵାର୍କସପ୍‌ (୬୮୪)

ଶିକ୍ଷାଗତ ଯୋଗ୍ୟତା

ପ୍ରାର୍ଥୀ ଦଶମ ଶ୍ରେଣୀ ପାସ୍‌ କରିଥିବା ସହ ୫୫ ପ୍ରତିଶତ ମାର୍କ ରଖିଥିବା ଦରକାର। ଏହାସହ ଯେକୌଣସି ବୋର୍ଡରୁ ଟ୍ରେଡ ସାର୍ଟିଫିକେଟ ପାଇଥିବା ଆବଶ୍ୟକ।

ବୟସସୀମା

୧୫ରୁ ୨୪ବର୍ଷ

ଆପ୍ଲିକେସନ୍‌ ଫିସ୍‌

୧୦୦ ଟଙ୍କା

କେମିତି କରିବେ ଆବେଦନ?

  • ଆବେଦନ କରିବା ପୂର୍ବରୁ ପ୍ରାର୍ଥୀ ଓ୍ଵେବସାଇଟ୍‌ www.rrcer.com କୁ ଯାଇ ବିଜ୍ଞାପନକୁ ଭଲ ଭାବରେ ପଢ଼ିବେ।
  • ପରେ ସେହି ଓ୍ଵେବସାଇଟ୍‌ରେ ଆବେଦନ କରିପାରିବେ।
  • ପ୍ରଥମେ ଆବେଦନ ଫର୍ମକୁ ଭଲ ଭାବରେ ପୂରଣ କରିବା ଦରକାର।
  • ପରେ ସମସ୍ତ ପ୍ରମାଣପତ୍ର, ପାସପୋର୍ଟ ଫଟୋକୁ ସ୍କାନ କରି ଅପଲୋର୍ଡ କରିବେ।

Comment