ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିକାଲି ଅନେକ ଲୋକ ଯେକୌଣସି ଜିନିଷ ଖୋଜି ପାଇବାକୁ ଗୁଗୁଲର ସାହାଯ୍ୟ ନେଉଛନ୍ତି। ଏହାଦ୍ୱାରା ଲୋକମାନେ ଅନେକ ସୁବିଧାସୁଯୋଗ ପାଇବା ସହ ଅନେକ ଅସୁବିଧାର ମଧ୍ୟ ସମ୍ମୁଖୀନ ହେଉଛନ୍ତି। ଏପରିକି ଏହାଦ୍ୱାରା ଲୋକମାନଙ୍କ ଆକାଉଣ୍ଟରୁ ଟଙ୍କା ଶୂନ ହେବା ଭଳି ଖବର ମଧ୍ୟ ସାମନାକୁ ଆସିଛି।

ତେବେ ଏଭଳି କିଛି କଥା ଅଛି, ଯାହାକୁ ଗୁଗୁଲରେ ସର୍ଚ୍ଚ କଲେ ଆପଣ ଠକାମିର ଶିକାର ହୋଇପାରନ୍ତି।

ବ୍ୟାଙ୍କ ଖାତା ସମ୍ବନ୍ଧୀୟ କୌଣସି ସୂଚନା ଜାଣିବା ପାଇଁ ଆପଣ କଦାପି ଗୁଗୁଲର ସାହାଯ୍ୟ ନିଅନ୍ତୁ ନାହିଁ। ଅଧିକାଂଶ ସମୟରେ ଗୁଗୁଲରେ ଅନେକ ବ୍ୟାଙ୍କର ନକଲି ୱେବସାଇଟ୍ ରହିଥାଏ। ସେଥିରେ ଆପଣ ନିଜର ବ୍ୟାଙ୍କ ଖାତା ସମ୍ବନ୍ଧୀୟ ବ୍ୟକ୍ତିଗତ ତଥ୍ୟ ଦେଲେ ଠକାମୀର ଶିକାର ହେବାର ଆଶଙ୍କା ରହିଛି।

ସେହିପରି କୌଣସି ଆପ୍ ଡାଉନଲୋଡ୍ କରିବା ପାଇଁ ମଧ୍ୟ ଗୁଗୁଲରେ ସର୍ଚ୍ଚ କରନ୍ତୁ ନାହିଁ। ଗୁଗୁଲରେ ସର୍ଚ୍ଚ କରି ଆପ୍ ଡାଉନଲୋଡ୍ କରିବାଦ୍ୱାରା ଅନେକ କ୍ଷତିକାରୀ ଆପ୍ ଆପଣଙ୍କ ଫୋନରେ ଡାଉନଲୋଡ୍ ହେବାର ସମ୍ଭାବନା ଅଛି। ଏଥିସହିତ ସପିଙ୍ଗ୍ କରିବା ପାଇଁ ମଧ୍ୟ ଗୁଗୁଲରେ ସର୍ଚ୍ଚ କରନ୍ତୁ ନାହିଁ। କେବଳ ପ୍ଲେ ଷ୍ଟୋରରେ ଥିବା ଆପକୁ ଡାଉନଲୋଡ୍ କରି ବ୍ୟବହାର କରନ୍ତୁ।

ଏଥିସହିତ କୌଣସି କମ୍ପାନିର କଷ୍ଟମର କେୟାର ଅଧିକାରୀଙ୍କ ନମ୍ବର ଖୋଜିପାଇବା ପାଇଁ ମଧ୍ୟ ଭୁଲରେ ଗୁଗୁଲରେ ସର୍ଚ୍ଚ କରନ୍ତୁ ନାହିଁ। ଅଧିକାଂଶ ସମୟରେ ଗୁଗୁଲରେ ଏପରି କିଛି କଷ୍ଟମର କେୟାରର ନମ୍ବର ରହିଥାଏ ଯାହାକୁ କଲେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ସମ୍ଭାବନା ଅଛି।

ନିଜର ଆକାଉଣ୍ଟ ଓ ନିଜକୁ ଠକାମୀରୁ ବଞ୍ଚେଇବାକୁ ଚାହୁଁଥିଲେ ଗୁଗୁଲରେ ଏହି ସବୁ ଜିନିଷ କଦାପି ସର୍ଚ୍ଚ କରନ୍ତୁ ନାହିଁ।

Comment