ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠୁ ଆରମ୍ଭ ହେଉଛି ଖଣ୍ଡଗିରିର ପ୍ରସିଦ୍ଧ କୁମ୍ଭମେଳା। ନଅଦିନ ଧରି ହେବାକୁ ଥିବା ଏହି ମେଳା ଶନିବାରଠାରୁ ଆରମ୍ଭ ହେଉଛି।

ପ୍ରତିବର୍ଷ ପରି ଏଥର ମଧ୍ୟ ଖଣ୍ଡଗିରି ଓ ଉଦୟଗିରିର ପାଦଦେଶରେ ଏହି ମେଳାକୁ ଆୟୋଜନ କରାଯାଉଛି। ଏଥିରେ ରାଜ୍ୟର ଅନେକ ସାଧୁସନ୍ଥମାନେ ଯୋଗଦେବା ସହ ମେଳା ବୁଲିବାକୁ ଲୋକମାନଙ୍କର ଗହଳିଚହଳି ଲାଗି ରହିବ।ଏଥର ମେଳାକୁ ପ୍ଲାଷ୍ଟିକ୍ ମୁକ୍ତ କରିବାକୁ ବିଏମସି ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିସହିତ ପାର୍କିଂ ବ୍ୟବସ୍ଥାରେ ସୁଧାରଆଣିବାକୁ ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି।

ଖଣ୍ଡଗିରି ମେଳାର ଆଉ ଏକ ଆକର୍ଷଣ ହେଲା ଯାତ୍ରା ନାଟକ। ଏହି ମେଳାର ସବୁଦିନମାନଙ୍କରେ ବିଭିନ୍ନ ଗଣନାଟ୍ୟ ନିଜର ଯାତ୍ରା ପରିବେଷଣ କରିଥାନ୍ତି। ରାଜଧାନୀବାସୀଙ୍କୁ ଏହି ଯାତ୍ରା ନାଟକ ଦେଖାଇବାର ଏକ ଭଲ ଅନୁଭୂତି ପ୍ରଦାନ କରିଥାଏ।

Comment