ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ(ଏମ୍ସ)ର ବିଭିନ୍ନ ବିଭାଗରେ ୨୭ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ଫେବ୍ରୁଆରି ୧୨ରେ ୱାକ୍-ଇନ୍-ଇଣ୍ଟରଭ୍ୟୁ ଆୟୋଜିତ ହେବାକୁ ଯାଉଛି। ସମସ୍ତ ନିଯୁକ୍ତି ଏକ ବର୍ଷ ପାଇଁ ଚୁକ୍ତିଭିତ୍ତିକ ରହିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

କାର୍ଡିଆକ୍‌ ରେଡିଓଲୋଜି, ସର୍ଜିକାଲ ଅଙ୍କୋଲୋଜି, ମେଡିକାଲ ଅଙ୍କୋଲୋଜି, ପେଡିଆଟ୍ରିକ୍‌ କାର୍ଡିଆକ୍‌, ଓକୁଲାର ମାଇକ୍ରୋବାୟୋଲୋଜି, ଇଏନ୍‌ଟି, ଆନେସ୍ଥେସିଆଲୋଜି, ପେଡିଆଟ୍ରିକ୍‌ ସର୍ଜରୀ, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, ନ୍ୟୁରୋ ରେଡିଓଲୋଜି, ନ୍ୟୁରୋଲୋଜି ବିଭାଗରେ ଏହି ନିଯୁକ୍ତି ଦିଆଯିବ। ସମୁଦାୟ ୧୧ଟି ପଦବୀରେ ୨୭ ଜଣଙ୍କୁ ନିଯୁକ୍ତି ଦିଆଯିବ।

ଆବେଦନ ପାଇଁ ଶିକ୍ଷାଗତ ଯୋଗ୍ୟତା www.aiims.edu ୱେବ୍‌ସାଇଟ୍‌ରେ ଉପଲବ୍ଧ ରହିଛି।

ବୟସ

ପ୍ରାର୍ଥୀଙ୍କ ବୟସ ୫୦ ବର୍ଷରୁ ଅଧିକ ହୋଇନଥିବା ଦରକାର। ଏସ୍‌ସି/ଏସ୍‌ଟିଙ୍କ ପାଇଁ ୫ ବର୍ଷ ଏବଂ ଓପିସିଙ୍କ ପାଇଁ ୩ ବର୍ଷ ବୟସସୀମା କୋହଳ ବ୍ୟବସ୍ଥା ରହିଛି।

ଦରମା – ୧,୪୨,୫୦୬ ଟଙ୍କା

ଇଚ୍ଛୁକ ପ୍ରାର୍ଥୀ www.aiims.edu ୱେବ୍‌ସାଇଟ୍‌ରୁ ଆବେଦନ ଫର୍ମ ଡାଉନ୍‌ଲୋଡ୍‌ କରିପାରିବେ। ଆବେଦନ ଫର୍ମାଟ, ଶିକ୍ଷାଗତ ଯୋଗ୍ୟତାର ଆଟେଷ୍ଟେଡ୍‌ କପି ସମସ୍ତ ଜରୁରୀ କାଗତପତ୍ର ସହିତ ଇଣ୍ଟରଭ୍ୟୁରେ ପହଞ୍ଚିବା ପାଇଁ ବିଜ୍ଞପ୍ତିରେ କୁହାଯାଇଛି। ସାକ୍ଷାତକାର ପାଇଁ ପ୍ରାର୍ଥୀ ଆସନ୍ତା ଫେବ୍ରୁଆରି ୧୨ ତାରିଖ ସକାଳ ୮.୩୦ଟାରେ ପଞ୍ଜିକରଣ କରିବା ଆବଶ୍ୟକ। ସକାଳ ୯ରୁ ଇଣ୍ଟରଭ୍ୟୁ ଆରମ୍ଭ ହେବ।

Comment