ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ବେରୁହାଁ ଗାଁ ନିକଟରେ ଶନିବାର ସକାଳେ ଜଣେ ଯୁବକର ମୃତ ଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯାଞ୍ଚ କରିବାରୁ ତାହା ସୂଚନା ଅଧିକାର କର୍ମୀ ରଞ୍ଜନ ଦାସଙ୍କର ବୋଲି ଜଣାପଡ଼ିଛି। ରଞ୍ଜନଙ୍କୁ କେହି ଦୁର୍ବୃତ୍ତ ହତ୍ୟାକରି ଫିଙ୍ଗି ଦେଇଥିବା ସନ୍ଦେହ କରୁଛି ପୋଲିସ।

ମାର୍ଶାଘାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁରର ସହାୟତାରେ ପୋଲିସ ଅଧିକ ତଦନ୍ତ କରୁଛି।

ତେବେ ଏହା ଦୁର୍ଘଟଣା ନା ହତ୍ୟା ତାକୁ ନେଇ ତନାଘନା କରୁଛି ପୋଲିସ।

Comment